ଓଡିଶା

 ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା  

(ଭୁବନେଶ୍ୱର) : ୨୨ ତାରିଖରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଛୁ ଯାହା ଖୁବ ଶୀଘ୍ର ଅବପାତ ରୂପ ନେଇ ପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ୨୪ ତାରିଖରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ଘନିଭୂତ ହୋଇ ଉତ୍ତରପୂର୍ବ ଦିଗରେ ଗତି କରିବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ହେଲେ କେଉଁ ତାରିଖଠୁ ବର୍ଷା ଆରମ୍ଭ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମପ୍ରବାହ । ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ଥିବା ବେଳ ୨୧, ୨୨ ତାରିଖରେ ହିଟୱେଭ୍ ନେଇ ସତର୍କ ସୂଚନା ଜାରି କରାଯାଇଛି ।

Related posts

ଆଜିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

mahabharatanews

ବସ୍ ମାଲିକ ସଂଘକୁ ସହଯୋଗ କରିବାକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ

mahabharatanews

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews