ଓଡିଶା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ

(ପୁରୀ) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିରାଜିବେ ଶ୍ରୀଜିଉ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

ସୂଚନାନୁଯାୟୀ , ଗଜ ସଦୃଶ ହାଣ୍ଡିଆ ସାଙ୍ଗକୁ ସୋଲ ଖଚିତ ଭଳିକି ଭଳି ଫୁଲ, ନାନାଦି ରୂପ, ଅଳଙ୍କାର ପ୍ରସ୍ତୁତି ହେବ। ଏଥିପାଇଁ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଗଜବେଶର ମୁଖ ପ୍ରସ୍ତୁତି ପାଇଁ ଆବଶ୍ୟକ କଦଳୀ ପାଟୁକା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ମହାପ୍ରଭୁଙ୍କ ଗଜବେଶ ନିଷ୍ଠାର ସହ କରିବାକୁ ପଡ଼େ। ସମସ୍ତ କାରିଗର ଶୁଦ୍ଧ ଶାକାହାର ଭୋଜନ ସେବନ ପୂର୍ବକ ବେଶ ପ୍ରସ୍ତୁତ କରିଥାନ୍ତି। ଶ୍ରୀଜିଉଙ୍କ ପାଇଁ ୧୨୦ ହାତକଣ୍ଟି ମାଳ, ଚନ୍ଦ୍ରିକା, କାନଫୁଲ, ଚଅଁର, ଆଡ଼କାନି, ସୋଲର ଫୁଲ ସହ ଟାହିଆ ପାଇଁ କଦମ୍ବ ଫୁଲ ପ୍ରସ୍ତୁତି ହେବ।

Related posts

ପ୍ରଧାନ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews

କୀଟନାଶକ ଔଷଧ ସେବନ କରି ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ

mahabharatanews