(ଭୁବନେଶ୍ୱର) : ଆସନ୍ତା କାଲି ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ନେଇ ପୋଲିସ ଡିଜି ଅରୁଣ କୁମାର ଷଢଙ୍ଗୀ ଙ୍କ ସାମ୍ବାଦିକ ସମ୍ମିଳନୀ । ୬ଟି ଲୋକ ସଭା ୪୨ଟି ବିଧାନସଭା ଆସନ ରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟ ରେ ମୋଟ ୧୦ ହଜାର ୫୧୫ଟି ବୁଥ ରେ ମତ ଦାନ ହେବ । ଏଗୁଡିକ ମଧ୍ୟରୁ ୨୦ପ୍ରତିଶତ ବୁଥ ସମ୍ବେଦନଶୀଳ । ଏହି ବୁଥ ଉପରେ ପୋଲିସ ର ନଜର ରହିଛି । ନିର୍ବାଚନ ପାଇଁ ୩୫ହଜାର ପୋଲିସ କର୍ମଚାରୀ ନିୟୋଜିତ ହେବେ । ୧୨୧ କମ୍ପାନୀ ଅର୍ଦ୍ଧସାମରିକ ବଳ ଓ ସହ ୧୦୬ ପ୍ଲାଟୁନ ଓଡିଶା ପୋଲିସ ଫୋର୍ସ ନିର୍ବାଚନ ବେଳେ ମୁତୟନ ହେବେ । ସମ୍ବଲପୁର, ଖୋର୍ଦ୍ଧା, କେଉଁଝର ଓ କଟକ ର ସମ୍ବେଦନଶୀଳ ବୁଥ ପାଇଁ ASP ରେଙ୍କ ର IPS ଅଧିକାରୀ ନିୟୋଜିତ ହୋଇଛନ୍ତି।
ସୂଚନାନୁଯାୟୀ , ସମ୍ବେଦନଶୀଳ ବୁଥ ରେ ଅର୍ଦ୍ଧସାମାରିକ ବାହିନୀ ମୁତୟନ ହେବେ। ୭୬୬ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି ।୧୦ ରୁ ୧୨ବୁଥ ପାଇଁ ଗୋଟିଏ ଲେଖାଏଁ ପୋଲିସ ପେଟ୍ରୋଲିଙ୍ଗ ଗାଡି ରହିବ। ୧୭ଟି ବୋର୍ଡର ଚେକ ପୋଷ୍ଟ ରେ ସି ସି ଟିଭି ଜରିଆରେ ନଜର ରଖାଯାଇଛି । ୩୪୩ଟି ଷ୍ଟାଟିକ ସର୍ଭିଲେନ୍ସ ଟିମ ନିୟୋଜିତ ହୋଇଛି । ୨୫ଟି ଲୋକେସନରେ ଇ ଭି ଏମ ର ଷ୍ଟ୍ରଙ୍ଗ ରୁମ ରହିଛି । ଯାହାକୁ କଡା ସୁରକ୍ଷା ବଳୟ ରେ ରଖାଯିବ । ପ୍ରାର୍ଥୀ ଓ ଦଳ ଦେଇଥିବା ଗଣ୍ଡଗୋଳ ଆସଙ୍କା ଥିବା ବୁଥ ରେ CAPF ଫୋର୍ସ ମୁତୟନ ହେବେ । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ପୋଲିସ କୁ ଭଲ ସଫଳତା ମିଳିଛି । ୨୬ ବର୍ଷ ପରେ ନକ୍ସଲ ଅଞ୍ଚଳରେ ଶାନ୍ତି ପୂର୍ଣ୍ଣ ନିର୍ବାଚନ ହୋଇଛି ବୋଲି କହିଛନ୍ତି ପୋଲିସ ଡିଜି । ଘସିପୁରା ରେ ନିର୍ବାଚନ ପୂର୍ବରୁ ହିଂସା ନେଇ ପୋଲିସ ଡିଜି ପ୍ରତିକ୍ରିୟା । ଘଟଣା ରେ ଦୁଇ ଜାଣକୁ ଗିରଫ କରାଯାଇଛି । ବଦ୍ରି ପାତ୍ର ଙ୍କ ପି ଏସ ଓ ଙ୍କ ସମ୍ପୃକ୍ତି ନେଇ ଦଦନ୍ତ ଚାଲିଛି । ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ।