ଓଡିଶା

ଅଟୋରେ ଆସି ଭୋଟ ଦେଲେ ଭିକେ ପାଣ୍ଡିଆନ

(ଭୁବନେଶ୍ୱର) : ଭୋଟ ଦେଲେ ଭିକେ ପାଣ୍ଡିଆନ । ସକାଳୁ ସକାଳୁ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେଡି ନେତା ପାଣ୍ଡିଆନ । ଲମ୍ବା ଧାଡିରେ ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ । ୟୁନିଟ୍-୬ର ୪୪ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ପାଣ୍ଡିଆନ ।

ସୂଚନାନୁଯାୟୀ , ଭୋଟ ଦେବା ପରେ ପାଣ୍ଡିଆନ କହିଛନ୍ତି, ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ ଦିଅନ୍ତୁ ଏବଂ ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ । ଭାରତ ନିଜର ଗଣତନ୍ତ୍ରକୁ ନେଇ ପରିଚିତ । ତେଣୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଭୋଟ ଦିଅନ୍ତୁ । ଅଟୋ ଚାଳକ ସଂଘ ମୋତେ ଆଟୋରେ ବସିବାକୁ ଅନୁରୋଧ କରିଥିଲେ, ତେଣୁ ଅଟୋରେ ଆସି ଭୋଟ ଦେଲି । ଛାତ୍ରଜୀବନ ସମୟରେ ଅଟୋରେ ଯାଉଥିଲୁ, ସେ ପୁରୁଣା ସ୍ମୃତି ମନେ ପଡିଲା ।

Related posts

୭୩୦୩ବୁଥରେ ଭୋଟ ଦେଉଛନ୍ତି ମତଦାତା

mahabharatanews

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

mahabharatanews

ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାଲୁକା ଚିତ୍ରକଳା ବୁଲି ଦେଖିଛନ୍ତି ରାଷ୍ଟ୍ରପତି

mahabharatanews