ଓଡିଶା

ରାଜ୍ୟରେ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

(ଭୁବନେଶ୍ୱର) : ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ।

ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।

 

Related posts

ହରଡ଼ଗଣାରେ ଶୌଚାଳୟ କର୍ମଚାରୀ, ଠିକାସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ- ସିଏମସି ମେୟର

mahabharatanews

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? ଉତ୍ତର ଦେଲେ ଆଇନ ମନ୍ତ୍ରୀ

mahabharatanews

ଏପ୍ରିଲ ପହିଲାରେ କାଳବୈଶାଖୀ ସମ୍ଭାବନା   

mahabharatanews