ଓଡିଶା

ରାଜ୍ୟରେ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

(ଭୁବନେଶ୍ୱର) : ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ସମୟ ଶେଷ ହୋଇଛି। କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ‌ଭୋଟ୍‌ ଦେବେ। ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ ହୋଇଛି। ଏହାରି ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ ଓ ଭଦ୍ରକରେ ସର୍ବନିମ୍ନ ଭୋଟିଂ ହୋଇଛି। ସଂପୂର୍ଣ୍ଣ ମତଦାନ ଶେଷ ହେଲା ପରେ ପ୍ରକୃତ ଭୋଟ୍‌ ପ୍ରତିଶତ ଆସିବ।

ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି। ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି। ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି।

 

Related posts

ଦିନ ଦ୍ୱିପ୍ରହରରେ ଲୁଟି ନେଲେ ୪୫ ହଜାର ଟଙ୍କା

mahabharatanews

୧୫ରୁ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା

mahabharatanews

ସ୍କୁଲ ଯିବ ଜଗା

mahabharatanews