ଓଡିଶାଶିକ୍ଷା

ଟିଜିଟି ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ପକ୍ଷରୁ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ(ଟିଜିଟି) ନିଯୁକ୍ତି ପାଇଁ ଆସନ୍ତା ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆଡମିଟ୍‌‌ କାର୍ଡ  ୱେବସାଇଟ୍‌ରେ ଉପଲବ୍ଧ ହୋଇଛି। ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍‌‌ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିପାରିବେ।

ଆଡମିଟ୍‌‌ ଡାଉନ୍‌‌ଲୋଡ୍‌‌ କରିବାରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହୋଇଥିଲା। ପରୀକ୍ଷା ସମୟରେ ଅସମାନତା ଦେଖାଯାଇଥିଲା। ଏହି ତ୍ରୁଟିକୁ ସୁଧାରିଛି ଏସ୍‌‌ଏସ୍‌‌ବି। ଏହାସହ ଏହି ସମୟ ଅବଧି ମଧ୍ୟରେ ଆଡମିଟ୍‌‌ କାର୍ଡ ଡାଉନ୍‌‌ଲୋଡ କରିଥିବା ଆବେଦନକାରୀଙ୍କୁ ପୁନଃ ଡାଉନ୍‌‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି।

 

Related posts

ବାମନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

‘ଜନ ଅଭିଯୋଗ ଶୁଣାଣି ମୋ ପାଇଁ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ’:ମୁଖ୍ୟମନ୍ତ୍ରୀ

mahabharatanews