ଭାରତ

୩୦,୨୫୪ ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ ଅଭିନେତ୍ରୀ କଙ୍ଗନା ରାଣାୱତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନର ଆସନର ରେ ଚାଲିଛି ଭୋଟ ଗଣତି।  ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ହିମାଚଳ ପ୍ରଦେଶର ହଟ୍‌ ସିଟ୍‌ ମଣ୍ଡି। ମଣ୍ଡି ଆସନରୁ ମଇଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ଏଠାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଙ୍ଗନା ଏଠାରୁ ନିର୍ବାଚନ ଲଢିବା ପରେ ମଣ୍ଡି ହିମାଚଳର ସବୁଠାରୁ ଚର୍ଚ୍ଚିତ ଆସନ ପାଲଟିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କଙ୍ଗନା ରାଣାଓ୍ବତ ପ୍ରଥମ ପର୍ଯ୍ୟାୟରେ ପଛୁଆ ଥିଲେ। କିନ୍ତୁ ଏବେ ସେ କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କୁ ପଛରେ ପକାଇଛନ୍ତି। ମଣ୍ଡି ଆସନରେ ଏବେ କଙ୍ଗନା ଆଗୁଆ ଅଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଙ୍ଗନା ୩୦,୨୫୪ ଭୋଟରେ ଆଗୁଆ ରହିଥିବା କୁହାଯାଉଛି ।

Related posts

ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର

mahabharatanews

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

mahabharatanews

ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି 

mahabharatanews