ଓଡିଶା

ଆଖି ବୁଜିଲା ୧୮ ବର୍ଷୀୟ ବାଘୁଣୀ ସାରା

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଅସୁସ୍ଥ ବାଘୁଣୀ ସାରା । ୧୮ ବର୍ଷର୍ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ସାରାର ମୃତ୍ୟୁ ହୋଇଛି । ୨୦୦୬ ମସିହା ଏପ୍ରିଲ ୧୮ ତାରିଖରେ ବାନ୍ଧବଗଡ଼ରୁ ନନ୍ଦନକାନନ ଆସିଥିଲା ସାରା ।
ସୂଚନା ଅନୁଯାୟୀ ଆଜି ଭୋର ୪ଟା ୪୨ ସମୟରେ ବାଘ ସଫାରୀରେ ୩୩ ନମ୍ବର ଖୁଆଡ଼ରେ ରହୁଥିବା ବାଘୁଣୀ ସାରାର ମୃତ୍ୟୁ ହୋଇଥିଲା । ସାରା ବାର୍ଦ୍ଧଖ୍ୟ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିବା ବେଳେ କିଛି ଦିନ ହେବ ସେ ଠିକ୍ ଭାବରେ ଖାଉନଥିଲା । ପ୍ରାଣୀ ଉଦ୍ୟାନ ଚିକିତ୍ସଙ୍କ ଦ୍ୱାରା ସାରାର ଚିକିତ୍ସା କରାଯାଉଥିଲା । ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡ଼ିଆଖାନାରୁ ୨୦୦୬ରେ ବାଘୁଣୀ ସାରା ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନ କାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା । ସାରା ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।

Related posts

ଭଗବାନ ମଧ୍ୟ ହାର ମାନିଲେ

mahabharatanews

ସଂକ୍ରମଣ ବଢ଼ିଲେ ମାସ୍କକୁ ନେଇ ଆସିପାରେ ନୂଆ ନିୟମ

mahabharatanews

ନବରଙ୍ଗପୁରରେ ଜଣେ ନକ୍ସଲ ଏନ୍‌କାଉଣ୍ଟର

mahabharatanews