ଓଡିଶା

ଆକ୍ସନ ମୋଡରେ ସରକାର, ଅରବିନ୍ଦ ପାଢ଼ୀଙ୍କୁ ଗୁରୁ ଦାୟିତ୍ବ

ଭୁବନେଶ୍ୱର: ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ବଡ଼ ଠାକୁରଙ୍କ ପହଣ୍ଡି ସମୟ ଅଘଟଣକୁ ବେଶ ତତ୍ପର ରାଜ୍ୟ ସରକାର । ରାତି ଅଧିଆ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢୀଙ୍କୁ ମିଳିଲା ଦାୟିତ୍ବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଛନ୍ତି ଆଇଏଏସ ଅରବିନ୍ଦ ପାଢ଼ୀ । ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ମୁଖ୍ୟ ପ୍ରଶାସନ ଭାବେ ନିଯୁକ୍ତିଦେଇଛନ୍ତି ସରକାର ।  ଆଇନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୪ରେ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ରହିଥିଲେ ।

ଉଲ୍ଲେଖଯୋଗ୍ୟ, ନିକଟରେ ପହଣ୍ଡି ବେଳେ ବଡଠାକୁର ହାମୁଡାଇ ହୋଇ ପଡ଼ିଯାଇଥିଲେ। ସେହିପରି ରଥଟାଣିବା ବେଳେ ଭିଡରେ ଜଣେ ବଲାଙ୍ଗୀର ସଇଁତଳାର ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିବା ସହ ଠେଲାପେଲାରେ ଅନେକ ଆହତ ହୋଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି। ଆଉ ଏହାରି ଭିତରେ ଅରବିନ୍ଦ ପାଢୀଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ସରକାର। ନିକଟରେ ବିକ୍ରମ ଯାଦବ ମେ ୨୨ରୁ ଜୁନ ୧୧ ପର୍ଯ୍ୟନ୍ତ ଛୁଟିରେ ଥିବା ବେଳେ ଅରବିନ୍ଦ ପାଢୀ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ କୃଷି ସଚିବ ଦାୟିତ୍ୱରେ ମଧ୍ୟ ରହିଛନ୍ତି ଅରବିନ୍ଦ ପାଢ଼ୀ।

Related posts

କେଉଁ ବାରରେ ଦେବା କେଉଁ ଭୋଗ

mahabharatanews

ସମୁଦ୍ର ଗର୍ଭରେ ଓଲଟିଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ୪ ଜଣ ଉଦ୍ଧାର ୧ ନିଖୋଜ

mahabharatanews

ପାଟଣାଗଡ: ଦୁଇ ପୃଥକ ସ୍ଥାନରେ ଦୁର୍ଘଟଣା, ୨ ମୃତ

mahabharatanews