ଭାରତ

ଜୋ ବାଇଡେନଙ୍କୁ କରୋନା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା। ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି। ୨ ବର୍ଷ ପରେ ପୁଣି ଥରେ ବାଇଡେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି।

କରୋନାର ସାମାନ୍ୟ ଲକ୍ଷଣ ଥିବା ସୂଚନା ମିଳିଛି। ଆଇସୋଲେସନରେ ରହି ବାଇଡେନ କାମ କରିବେ। ଲସ୍ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ଏହି ସମୟରେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହା ପରେ ବାଇଡେନ୍ ଆମେରିକାର ଡେଲାୱେର ଫେରି ଆସି ସେଠାରେ କ୍ୱାରେଣ୍ଟାଇନରେ ରହିବେ।

Related posts

କୁଲି ବନି ଲୋକଙ୍କ ଜିନିଷ ଉଠାଇଲେ ସାଂସଦ ରାହୁଲ ଗାନ୍ଧି

mahabharatanews

ଚନ୍ଦ୍ରଯାନ-୩; ପ୍ରଥମ ପ୍ରତିବନ୍ଧକକୁ ପାର କଲା ପ୍ରଜ୍ଞାନ

mahabharatanews

ପୁଣି ବିଷବଳୟ ଭିତରେ ରାଜଧାନୀ ଦିଲ୍ଲୀ

mahabharatanews