ଓଡିଶାରାଜନୀତି

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ: ଆଜିବି କମ୍ପିପାରେ ବିଧାନସଭା !

ଭୁବନେଶ୍ବର: ହଟ୍ଟଗୋଳରେ କଟିଗଲା ୨ ଦିନ । ଆଜି ଚାଲିବ ନାଁ କମ୍ପିବ ତାକୁ ଦେଖିବାକୁ ବାକି । ବିଧାନସଭା ବଜେଟ୍ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ପ୍ରଥମ ଦୁଇ ଦିନ ଚାଲିପାରିନାହିଁ ଗୃହ। ଏହାରି ଭିତରେ ଆଜି ଗୃହ ସ୍ୱାଭାବିକ ଚାଲିବ ନା ବିରୋଧୀଙ୍କ ହଙ୍ଗାମାରେ ଚାଲିଯିବ ଦିନ। ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଘେରିବାକୁ ପ୍ରୟାସ କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ଆସନ୍ତାକାଲି ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ତେଣୁ ବଜେଟ୍ ପୂର୍ବରୁ ଗୃହ ସ୍ୱାଭାବିକ ଚାଲୁଛି ନା ହୋହଲ୍ଲାରେ ଶେଷ ହେଉଛି, ତାହା ଦେଖିବାକୁ ବାକି ରହିଲା।

ସୂଚନା ଅନୁସାରେ ବିରୋଧୀଙ୍କ ଦାବି ହେଲା, ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଓଡ଼ିଆ ପୁଅକୁ ସୁରକ୍ଷା ଦାବି ସହ ଓଡ଼ିଆ ପୁଅକୁ ଅପମାନ ଚଳିବ ନାହିଁ କହି ଗୃହ ମଧ୍ୟଭାଗକୁ ମାଡ଼ି ଆସିଥିଲେ ବିଜେଡି ସଭ୍ୟ। ଆଉ ଏହି ପ୍ରସଙ୍ଗରେ ସରକାରଙ୍କ ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦଳ ଦାବି କରିଥିଲା।ବିଜେଡି ସଭ୍ୟ ଧ୍ରୁବ ସାହୁ, ବାଚସ୍ପତିଙ୍କ ମାଇକ ଛିଣ୍ଡାଇ ଦେଇଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଗୃହ ମୁଲତବୀ କରାଯାଇଥିଲା ।

Related posts

ଶ୍ରୀଜିଉଙ୍କ ପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର

mahabharatanews

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

mahabharatanews

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

mahabharatanews