ଓଡିଶା

ଆଜି ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ସନ୍ଧ୍ୟାରେ ୩ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ।  ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ସେବକ ମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ଶୃଙ୍ଗାର କରାଯିବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ, ଶ୍ରଦ୍ଧାଳୁ। ସଂଧ୍ଯା ସମୟରେ ବନକଲାଗି ନୀତି ନେଇ ଦର୍ଶନ ବନ୍ଦ ରହୁଥିବାରୁ ଦିନବେଳା ଭକ୍ତଙ୍କ ପ୍ରବଳ ସମାଗମ ସମ୍ଭାବନା ରହିଛି।

Related posts

ଅବଢା ଓ ମହାପ୍ରସାଦର ପବିତ୍ରତା ରକ୍ଷା ନେଇ ଉଠୁଛି ପ୍ରଶ୍ନ

mahabharatanews

ଛତିଶଗଡ଼ ଓ ରାଜସ୍ଥାନ ପରେ ଓଡିଶା ସରକାର ପୁରୁଣା ପେନସନ୍ ଯୋଜନା ଘୋଷଣା କରନ୍ତୁ

mahabharatanews

ଏମ୍ଆଇ ସିଣ୍ଡ୍ରମ ମୁଣ୍ଡ ବିନ୍ଧାର କାରଣ….

mahabharatanews