ଖେଳଭାରତ

ନୀତା ଅମ୍ବାନୀ ଦ୍ୱିତୀୟ ଥର ପାଇଁ ହେଲେ ‘ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟ

ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ଭରସା କରିଛି। ସର୍ବସମ୍ମତି କ୍ରମେ ସେ ଆଇଓସିର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ଅର୍ଥାତ୍ ୧୦୦ ପ୍ରତିଶତ ତାଙ୍କୁ ମିଳିଛି । ୨୦୧୬ ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ନୀତା ଅମ୍ବାନୀ ପ୍ରଥମ ଥର ପାଇଁ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

ସୂଚନା ଅନୁଯାୟୀ,  ନୀତା ଅମ୍ବାନୀ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି । “ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଥିବା କହିଛନ୍ତି ନୀତା ଅମ୍ବାନୀ । ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି । ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଏବଂ ସାରା ଦୁନିଆରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଥିବା କହିଛନ୍ତି ନୀତା

Related posts

ଇସ୍ତଫା ଦେଲେ ପେଟିଏମର ଚେୟାରମ୍ୟାନ୍

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ

mahabharatanews