Accident

ବସ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଶ୍ରଦ୍ଧାଳୁଙ୍କ ଜୀବନ

ମିର୍ଜାପୁର : ଶ୍ରଦ୍ଧାଳୁଙ୍କ ଜୀବନ ନେଇଗଲା ଦୁର୍ଘଟଣା । ଉତ୍ତରପ୍ରଦେଶର ମିର୍ଜାପୁରରେ ଏଭ ଭୟଙ୍କର ଦୁର୍ଘଟଣା ଘଟିଛି । ବସ୍ ଓ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି ।

ବିନ୍ଦୁଚାଲ ଥାନା ଅଞ୍ଚଳର ମହୋଖର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ବସରେ ଯାତ୍ରା କରୁଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ବିନ୍ଦୁଚାଲକୁ ଯାଉଥିଲେ । ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏହି ଗାଡ଼ି ମହୋଖର ଗ୍ରାମ ନିକଟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଛିଟ୍କି ପଡ଼ିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related posts

ଗାଡି ଧକ୍କାରେ ୨ଜଣକର ମୃତ୍ୟୁ ଜଣେ ଗୁରୁତର

mahabharatanews

ଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣ

mahabharatanews

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews