ଓଡିଶା

ବିଜେଡ଼ିର ନୂଆ କମିଟି, ବାଦ ପଡିଲେ ବବି

ଭୁବନେଶ୍ବର: ନୂଆ କମିଟି ଗଠନ କଲା ବିଜେଡ଼ି । ରାଜ୍ୟବ୍ୟାପୀ ବିଜେଡିର କାର୍ଯ୍ୟ ପରିଚାଳନା ପାଇଁ କମିଟି ଗଠନ ହୋଇଛି ।ବରିଷ୍ଠ ନେତାଙ୍କୁ ନେଇ ୧୫ ଜଣିଆ କମିଟି ଗଠନ ହୋଇଛି । ଏହି କମିଟି ଗଠନ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।  ତେବେ ବିଜେଡିର ନୂତନ ଟିମରୁ ବାଦ୍ ପଡିଛନ୍ତି  ପ୍ରଣବ ପ୍ରକାଶ ଦାସ । ଏହା ସହ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଏହି ନୂଆ କମିଟି ଗଠନରୁ ବାଦ ପଡ଼ିଛନ୍ତି ।

ନୂତନ କମିଟିର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । କମିଟିରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ, ଡ଼. ଅରୁଣ କୁମାର ସାହୁ, ଅଶ୍ବିନୀ କୁମାର ପାତ୍ର, ପ୍ରତାପ ଜେନା, ସାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ଅଛନ୍ତି ।

ଅନ୍ୟପଟେ କମିଟିରୁ ବାଦ୍ ପଡିଛନ୍ତି ପ୍ରଣବ ପ୍ରକାଶ ଦାସ । ରାଜ୍ୟସଭାରୁ ପୂର୍ବତନ ସାଂସଦ ମମତା ମହନ୍ତ ଇସ୍ତଫା ଦେବା ପରେ ରାଜ୍ୟସଭାକୁ ପ୍ରଣବଙ୍କୁ ପଠାଇବା ପାଇଁ ବିଜେଡି ଯୋଜନା କରୁଥିବାର ଚର୍ଚ୍ଚା ଜୋର ଧରିଥିବା ବେଳେ କମିଟିରୁ ପ୍ରଣବ ବାଦ୍ ପଡିବା ଚର୍ଚ୍ଚାକୁ ଆହୁରି ବଢେଇଛି ।

Related posts

ବିବାହ ବିଛେଦ ମାମଲା: ବର୍ଷାଙ୍କୁ ୧୮୫ଟି ପ୍ରଶ୍ନ

mahabharatanews

କାମରେ ଆସିଲାନି ମେଡିକାଲ ସାଲାଇନ, ଗୁରୁତ୍ୱର ଅବସ୍ଥାରେ ରୋଗୀ କିଣିଲେ ବାହାରୁ ସାଲାଇନ

mahabharatanews

ଡକ୍ଟର ସତ୍ୟଜିତ ନାୟକଙ୍କୁ ଡିଜିପିଙ୍କ ଡିସ୍କରେ କରାଯାଇଛି ସମ୍ମାନିତ

mahabharatanews