bharatଅପରାଧ

ଶାଢ଼ି କିଲର ଆତଙ୍କ, ଗୋଟିଏ ଢଙ୍ଗରେ ୯ ମର୍ଡର

ବରେଲୀ : ହତ୍ୟାକାରୀର ଟାର୍ଗେଟରେ ଶାଢ଼ି ପିନ୍ଧିଥିବା ନିର୍ଦ୍ଦିଷ୍ଟ ବୟସର ମହିଳା । ବରେଲୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ଜଣେ ସିରିଏଲ୍ କିଲର୍ । ଗତ ୧୩ ମାସ ମଧ୍ୟରେ ୯ ଜଣଙ୍କୁ ଗୋଟିଏ ଢଙ୍ଗରେ ହତ୍ୟା କରିଛି ହତ୍ୟାକାରୀ । ମୃତ ସମସ୍ତ ମହିଳାଙ୍କ ବୟସ ୪୦ ରୁ ୬୫ ବର୍ଷ ହୋଇଥିବା ବେଳେ ସମସ୍ତେ ଶାଢ଼ି ପିନ୍ଧିଥିବା ଅବସ୍ଥାରେ ସେମାନଙ୍କୁ ହତ୍ୟା କରାଯାଉଛି । ବିଶେଷ କଥା ହେଉଛି କି ହତ୍ୟାକାରୀ ମହିଳା ପିନ୍ଧିଥିବା ଶାଢ଼ିର ବ୍ୟବହାର କରି ସେମାନଙ୍କୁ ହତ୍ୟା କରୁଛି । ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ୩ ସନ୍ଦିଗ୍ଧ ସିରିଏଲ କିଲରଙ୍କ ସ୍କେଚ ଜାରି କରାଯାଇଛି।

ଉତ୍ତର ପ୍ରଦେଶର ବରେଲୀର ଗ୍ରାମାଞ୍ଚଳରେ ୯ ଜଣ ମହିଳାଙ୍କୁ ୧୩ ମାସ ମଧ୍ୟରେ ପ୍ରାୟତଃ ସମାନ ଢଙ୍ଗରେ ହତ୍ୟା କରାଯାଇଛି। ମହିଳାମାନଙ୍କୁ ସେମାନଙ୍କ ଶାଢ଼ିରେ ତଣ୍ଟି ଚିପି ହତ୍ୟା କରାଯାଇଛି। ସମସ୍ତଙ୍କ ମୃତଦେହ ଖୋଲା ପଡ଼ିଆରୁ ହିଁ ପୋଲିସ ଜବତ କରିଛି। ତେଣୁ ସିରିଏଲ କିଲର ଶାଢ଼ି କିଲର ଭାବେ ପୂରା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।

ଗତ ବର୍ଷ ଜୁଲାଇ, ଅଗଷ୍ଟ, ଅକ୍ଟୋବରରେ ୩ ଟି ମର୍ଡର ହୋଇଥିବା ବେଳେ ନଭେମ଼୍ବରରେ ୨ ଟି ମର୍ଡର ହୋଇଥିଲା । ତେବେ ଅଷ୍ଟମ ମର୍ଡର ପରେ ୩୦୦ ପୋଲିସ୍ଙ୍କୁ ନେଇ ୧୪ଟି ଟିମ୍ କରାଯାଇଥିଲା । କିଛି ପୋଲିସ କର୍ମଚାରୀ ସାଦା ପୋଷାକରେ ସ୍ଥାନୀୟ ଅଞ୍ଚଳରେ ପ୍ୟାଟ୍ରୋଲିଂ କରି ସ୍ଥିତି ଉପରେ ନଜର ରଖିଥିଲେ। ଏହି ସମୟରେ କୌଣସି ହତ୍ୟାକାଣ୍ଡ ଘଟି ନଥିଲା କିମ୍ବା ହତ୍ୟାକାରୀ ମଧ୍ୟ ଧରା ପଡ଼ି ନଥିଲେ।

ତେବେ ଏଭଳି ସ୍ଥିତି ୭ ମାସ ଯାଏ ରହିଥିଲା। ଚଳିତ ବର୍ଷ ଜୁଲାଇ ମାସରେ ୪୫ ବର୍ଷୀୟ ଅନିତାଙ୍କୁ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଗୋଟିଏ ଆଖୁ କିଆରୀରୁ ମିଳିବାରୁ ପୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Related posts

ଟି- ୨୦ ସିରିଜ୍‌ରୁ ବାଦ୍ ପଡିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ।

mahabharatanews

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଟାଙ୍ଗିଆ ଚୋଟରେ କନଷ୍ଟେବଲ ଆହତ

mahabharatanews

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ନାକେଦମ୍

mahabharatanews