ଓଡିଶାଶିକ୍ଷା

ରାଜ୍ୟରେ ୧୩ ହଜାର ୩୭୩ ପୋଲିସ ପଦବୀ ଖାଲି ପଡିଛି

ଭୁବନେଶ୍ୱର; ରାଜ୍ୟରେ ଖାଲି ଡାକ୍ତର ନୁହଁନ୍ତି ପୋଲିସର ଅଭାବ ରହିଛି । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ,ରାଜ୍ୟରେ ୧୩ ହଜାର ୩୭୩ ପୋଲିସ ପଦବୀ ଖାଲି ପଡିଛି । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ଖାଲି ପଡିଛି । ଏହାସିହତ ହୋମଗାର୍ଡ ହୋମଗାର୍ଡ ପଦବୀ ଖାଲିପଡିଛି ।।କେବଳ ଏତିକି ନୁହେଁ , ବିଭିନ୍ନ ଜିଲ୍ଲାରେ ଥିବା ଜେଲ ଓ ସବଜେଲମାନଙ୍କରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତୀ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ପୋଲିସ ଆଧୁନିକୀକରଣ, ମାଓ ଓ ନକ୍ସଲ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୋଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଂଜୁୁର କରିଛନ୍ତି । ଏହି ଅର୍ଥରେ ମାଓ ପ୍ରଭାବିତ ଇଲାକାରେ ଭିତ୍ତିଭୂମି ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ନିରାପତ୍ତା, ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପୁନଃଥଇଥାନ୍, ବାବଦରେ ଖର୍ଚ୍ଚ କରାଯାଉଥିବାବେଳେ ପୋଲିସ ବିଭାଗର ଅଧୁନୀକିକରଣ ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହେଉଛି । ଏହାସହ ଟ୍ରାଫିକ୍ ନିୟନ୍ତ୍ରଣ ସମାଗ୍ରୀ , ଯୋଗାଯୋଗ ସାମଗ୍ରୀ, ଗୁଇନ୍ଦା ସୁରକ୍ଷା ଉପକରଣ ଆଦି କିଣିବାରେ ମଧ୍ୟ ଅର୍ଥ ବ୍ୟୟ କରାଯାଉଛି ବୋଲି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Related posts

କଟକରୁ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବାଲି ବୋଝେଇ ୪ ହାଇୱା ଜବତ

mahabharatanews

 ଆଜିଠୁ ଓଜେଇଇ ପରୀକ୍ଷା

mahabharatanews