ଓଡିଶାରାଜନୀତି

ଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ

ନୂଆଦିଲ୍ଲୀ;- ଗିରଫ ହୋଇଛନ୍ତି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ପୁଅ । ଭିଲାଇସ୍ଥିତ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଥିଲା । ଏହି ଚଢାଉ ପରେ ଇଡି ଦଳ ଭୁପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କୁ ଗିରଫ କରିଛି । ସବୁ ଠାରୁ ଜନ୍ମ ଦିନରେ ତାଙ୍କୁ ଗିରଫ କରି ଇଡି ତାଙ୍କୁ ଉପହାର ଦେଇଥିବା ଭୁପେଶ ବାଘେଲ କହିଛନ୍ତି ।

ସେପଟେ ଇଡି ଦଳ ଚଢାଉ ପହଞ୍ଚିବା ପରେ ଭୁପେଶ ବାଘେଲ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ତାଙ୍କ ପୁଅକୁ ଜନ୍ମଦିନର ଉପହାର ମିଳିଛି । ଅନ୍ୟପକ୍ଷରୁ ତଦନ୍ତରୁ ଜଣାପଡିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା ।

ଯେଉଁଥିରେ ଅନୱର ଧେବର ,ଅନିଲ ଟୁଟେଜା ଏବଂ ଅନେକ ଲୋକେ ସାମିଲ ଥିଲେ । ତେବେ ଏହି ଦୁର୍ନିତୀର ପ୍ରାୟ ୨୧୬୧ କୋଟି ଟ୍କାର ବେଆଇନ ଆୟ ହୋଇଥିଲା । ଇଡିର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ତତକାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତିମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା ।ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା। ଏହି ଦୁର୍ନୀତିରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛି ପୁଲିସ।c

Related posts

ଲଗାତାର ସ୍ଥାନ ପରିବର୍ତ୍ତନ କରୁଛି ମହାବଳ

mahabharatanews

ଆଜି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା !

mahabharatanews

କଟକ ସହରରେ ପୁଣି ୨ କରୋନା ପଜିଟିଭ

mahabharatanews