ଭାରତ

‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍ । ତେବେ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଭେଟି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ ପାଇଁ ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଥିଲେ କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ।

ସୂଚନା ମୁତାବକ, ଦିନକ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଳ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ସହିତ ଆନୁଷ୍ଠାନୁକ ଭାବରେ ପରୀକ୍ଷା ପେ ଆଲୋଚନା ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡର ଏକ ପ୍ରମାଣପତ୍ର ଗ୍ରହଣ କରିଥିଲେ । ୩କୋଟି ୫୩ ଲକ୍ଷରୁ ଅଧିକ ପଞ୍ଜିକରଣ ଏବଂ ଟେଲିଭିଜନରେ ୨୧ କୋଟିରୁ ଅଧିକ ଦର୍ଶକମାନେ ଏହାର ପ୍ରସାରଣ ଦେଖିଛନ୍ତି ,ଯାହା ଦ୍ୱାରା ପରୀକ୍ଷା ଚର୍ଚ୍ଚା -୨୦୨୫କୁ ବିଶ୍ୱ ରେକର୍ଡର ସ୍ଥାନ ପାଇଛି । ତେବେ ପରୀକ୍ଷା ଚର୍ଚ୍ଚା ପାଇଁ ଗିନିଜ ୱାଲର୍ଡ ରେକର୍ଡ ଗ୍ରହଣ ରିବା ମୋ ପାଇଁ ଆନନ୍ଦ ଏବଂ ଆତ୍ମସନ୍ତୋଷର ବିଷୟ କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Related posts

ଦିଲ୍ଲୀରେ ବୁଡିଗଲା IAS କୋଚିଙ୍ଗ ସେଣ୍ଟର, ୩ ଛାତ୍ର ମୃତ

mahabharatanews

୧୭ ଦିନରେ ରେସ୍କ୍ୟୁ ଅପରେସନ; ଆଉ ମାତ୍ର ୫ ମିଟର 

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews