ଦୁର୍ଘଟଣା

ବାଟକୋଟ ବ୍ଲକ ଛକରେ ଘଟିଛି ସିରିଜ ଦୁର୍ଘଟଣା

ଆଜି  ଦିନ ମଧ୍ୟାନ୍ନ ସମୟରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଛକ 49 ନମ୍ବର ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ତିନି ଗାଡି କ୍ଷତିଗ୍ରସ୍ତ ହୋଇଛି।  ବାରକୋଟ ବ୍ଳକ ଛକ ଠାରେ ଘଟିଛି ଏଭଳି ଦୁଘାଟଣା । 49 ନମ୍ବର ଜାତୀୟ ରାଜପଥ  ବମ୍ବେ ରୁ କଲିକତା  ରାସ୍ତା  ବାରକୋଟ ବ୍ଲକ ଛକ ରେ ଜଣେ ସ୍କୁଟି ଆରୋହୀ କୁ ବଞ୍ଚାଇବାକୁ ଯାଇ ଘଟିଛି ଏହି ଦୁର୍ଘଟଣା । ସ୍କୁଟି ଆରୋହୀ ଜଣକ ହଠାତ୍ ବ୍ଲକ ଭିତରୁ ରାଜପଥ ଉପରକୁ ଚାଲିଆସିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଟ୍ରକ, ହାଇୱା, ବୋଲେରୋ ନିଜ ମଧ୍ଯରେ ଦୁର୍ଘଟଣା ର ସମ୍ମୁଖୀନ ହୋଇଥିଲେ।  ପଛକୁ ପଛ ତିନି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ହାଇୱା ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଲୋକଙ୍କ ଉତ୍ତେଜନା  ଦେଖିବାକୁ  ମିଳିଥିଲା ବାରକୋଟ ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଲୋକଙ୍କୁ ବୁଝା ଦୁଝା କରି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ ସାହାଯ୍ଯ ରେ ହଟାଇବା ପରେ  49 ନୁମ୍ବରଜାତୀୟ ରାଜପଥ  ବ୍ଲକଛକ ରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଛି।

Related posts

ଭାରସାମ୍ୟ ହରାଇ ବାଇକକୁ ପଛରୁ ପିଟିଲା କାର୍

mahabharatanews

ବୌଦ୍ଧ ମନମୁଣ୍ଡା ତେଲ ନଦୀ ସେତୁ ଉପରେ ବାଇକ ଓ ବୁଲେଟ ଦୁର୍ଘଟଣା

mahabharatanews

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।

mahabharatanews