ଓଡିଶାଦୁର୍ଘଟଣା

ପୋଖରୀରୁ ଉଦ୍ଧାର ହେଲା ଵୃଦ୍ଧ ଦମ୍ପତିଙ୍କ ମୃତ ଦେହ

ପୋଖରୀରୁ ଉଦ୍ଧାର ହେଲା ଵୃଦ୍ଧ ଦମ୍ପତିଙ୍କ ମୃତ ଦେହ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଡ଼େପଦର ଗ୍ରାମ ପଞ୍ଚାୟତ ଖମାର ପଦର ଗ୍ରାମ ନିକଟରେ ଥିବା ପୋଖରୀ ପାଣିରେ ଭାଷୁ ଥିବା ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଦେହ ଉଦ୍ଧାର କଲେ ଥୁଆମୂଳ ରାମପୁର ପୋଲିସ ଓ ଅଗ୍ନିଶମ କର୍ମଚାରୀ । ମିଳିଥିବା ସୂଚନା ଅନୁସାରେ ଦୁଇ ମୃତ ବ୍ୟକ୍ତି ହେଉଛନ୍ତି ଖମାର ପଦର ଗ୍ରାମର ସତ୍ୟ ନାଏକ ୬୧ବର୍ଷ ଏବଂ ତାଙ୍କ ପତ୍ନୀ ପ୍ରତିମା ନାଏକ ୬୦ବର୍ଷ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଭାଗ୍ୟ ର ବିଷୟ ଯେ ତାଙ୍କର ପୁଅ ଝିଅ କେହି ନଥିବା ଜଣା ପଡିଛି । ଥୁଆମୂଳ ରାମପୁର ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲା । ପରେ ଶବ କୁ ଗ୍ରାମର ସମ୍ପର୍କୀୟ ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହାକୁ ନେଇ ପୋଲିସ ଏକ ଅପମୃତ ରୁଜୁ କରି ଅଧିକ ତଦନ୍ତ ଜାରି କରୁଛି । ମୃତ୍ୟୁ ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Related posts

ଓଡ଼ିଶାରୁ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଗିରଫ 

mahabharatanews

ତିନିରଥ ନିର୍ମାଣ ପାଇଁ ୧୨୦ ପ୍ରକାର କଣ୍ଟା ଓ ଲୁହା ସାମଗ୍ରୀ ତିଆରି

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews