ଓଡିଶା

ବେଆଇନ ବାଲି ଘାଟରୁ ୭ ଟ୍ରାକ୍ଟର ଜବତ କଲା ପୋଲିସ

ବୌଦ୍ଧ ଜିଲ୍ଲାରେ ବେଆଇନ ବାଲି ଘାଟ ଉପରେ ପୋଲିସ ର ସ୍ଵତନ୍ତ୍ର ନଜର ରହିଥିବା ବେଳେ ବେଆଇନ ବାଲି ଚାଲାଣ ଉପରେ ମଧ୍ୟ ପୋଲିସ ର ନଜର ରହିଛି। ତେବେ ଆଜି ସକାଳୁ ବାଉଁଶୁଣି ଥାନା ଡମ୍ବରଗଡ ମହାନଦୀ ବାଲି ଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ପୋଲିସ ସୂଚନା ପାଇଥିବା ବେଳେ ଏସପି ରାହୁଲ ଗୋଏଲ ଙ୍କ ନିର୍ଦ୍ଦେଶକ୍ରମେ ବାଉଁଶୁଣି ପୋଲିସ ର ଏକ ଟିମ୍ ସେଠାରେ ଚଢାଉ କରି ୭ ଟି ବାଲି ବୋଝେଇ ହୋଇଥିବା ଟ୍ରାକ୍ଟର କୁ ଜବତ କରିଥିବା ସୂଚନା ମିଳିଛି। ଏଥି ସହିତ ଡ୍ରାଇଭର ମାନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ଏମାନେ ନିଜେ ବାଲି ଚୋରା ଚାଲାଣ କରୁଥିଲେ ନା ଏହି ବାଲି ଘରକୁ କେଉଁ ମାଫିଆ ଚଳାଇଥିଲେ ସେ ନେଇ ପୋଲିସ ତଦନ୍ତ କରୁଥିବା ନେଇ ଏସପି ରାହୁଲ ଗୋଏଲ ସୂଚନା ଦେଇଛନ୍ତି ।

Related posts

ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

mahabharatanews

ପ୍ରେମ ବିବାହର ୬ ମାସ ପରେ ମିଳିଲା ମୃତଦେହ

mahabharatanews

୨୯୯ଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

mahabharatanews