ଓଡିଶାରାଜନୀତି

ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।

ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଓ କନ୍ଦଳ ମଧ୍ୟରେ ବିଜେଡି ନେତା ସମ୍ବିିତ ରାଉତରାୟ ଆଉ ଏକ ବଡ ଖୁଲାସା କରିଛନ୍ତି । ଯାହା ପୁଣି ଥରେ ବିଜେଡି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଠିଆ କରୁଛି ସେ କହିଛନ୍ତି, ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି। ଦଳରେ ତ୍ରୁଟି ବିଚ୍ୟୁତି ରହୁଛି, କୋର୍ କମିଟି ତିଆରିରେ ବି ତ୍ରୁଟି ବିଚ୍ୟୁତି ରହିଛି । ସୁଜାତା କାର୍ତ୍ତିକେୟନଙ୍କୁ ରାଜ୍ୟସଭା ପ୍ରାର୍ଥୀ ନେଇ ନବୀନ ବାବୁ ନିଷ୍ପତ୍ତି ନେବେ । ନବୀନଙ୍କ ଉତ୍ତରାଧିକାରୀ ଏବେ ଗୋପପୁରରେ ବଢୁଛି। ସମ୍ବିତ ଆହୁରି ମଧ୍ୟ କହିଛନ୍ତି, ବାପା ଏକ ନେତା ଏକ, ଶୃଙ୍ଖଳା କମିଟି କ’ଣ କହିବ । ସିନିୟରମାନଙ୍କୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ମାର୍ଚ୍ଚ ଯାଏ ଅପେକ୍ଷା କରନ୍ତୁ ସବୁକିଛି ଠିକ ଠାକ ହୋଇଯିବ । ତେବେ ସମ୍ବିତଙ୍କ ଏ ବୟାନ ଏବେ ପୁଣିଥରେ ବିଜେଡି ରାଜନୀତିକୁ ସରଗରମ କରିଥିବା ଜଣାପଜିଛି ।

Related posts

୧୪ ବଖରା ଘର ପୋଡି ପାଉଁଶ

mahabharatanews

ମାୟାଙ୍କ ପ୍ରିୟଙ୍କାଙ୍କୁ ସମାଲୋଚନା

mahabharatanews

ଓଡ଼ିଶାରେ ଗୃହମନ୍ତ୍ରୀ;  ଦୁଇଟି ଜାତୀୟ ରାଜପଥ କରିବେ ଉଦଘାଟନ 

mahabharatanews