ଓଡିଶା

ଅଭିଜିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପରଲୋକରେ ଅଭିଜିତ ମଜୁମଦାର । ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର  ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଶେଷରେ ତାଙ୍କ ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍‌ଙ୍କ ଦେହାନ୍ତ । ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ଅଭିଜିତ୍‌ । ସେଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ ।  ଗତକାଲିଠୁ ଗୁରୁତର ହୋଇ  ମେଡିକାଲରେ  ଭର୍ତ୍ତି ହୋଇଥିଲେ  ।  ତାଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ।

ସେ ଅକ୍ଟୋବର ୨୩ ତାତିଖରୁ ICUରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାଙ୍କ ବିୟୋଗ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି ଅଭିଜିତ ମଜୁମଦାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ରାଜ୍ୟ ତଥା ସଙ୍ଗୀତ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କୁ ଓଡ଼ିଆ ସଙ୍ଗୀତ ଜଗତର ‘ମେଲୋଡି କିଙ୍ଗ୍’ କୁହାଯାଉଥିଲା, ଯିଏ ଶତାଧିକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ସେ ନିଜର ସଙ୍ଗୀତ ଯାତ୍ରା ଆଲବମ୍ ଦୁନିଆରୁ ଆରମ୍ଭ କରିଥିଲେ। ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରତିଷ୍ଠିତ ନାଁ ହୋଇପାରିଥିଲେ। ସେ ଶାସ୍ତ୍ରୀୟ ସଙ୍ଗୀତ ଠାରୁ ଆରମ୍ଭ କରି ଚୁଲବୁଲିଆ ଧୂନ୍ ପର୍ଯ୍ୟନ୍ତ ସବୁ ପ୍ରକାର ଗୀତରେ ସିଦ୍ଧହସ୍ତ ଥିଲେ। ଓଡ଼ିଆ ସଙ୍ଗୀତରେ ଆଧୁନିକ ବାଦ୍ୟଯନ୍ତ୍ର ଏବଂ ପାଶ୍ଚାତ୍ୟ ଶୈଳୀର ସମନ୍ୱୟ ରକ୍ଷା କରିବାରେ ତାଙ୍କର ବଡ଼ ଭୂମିକା ଥିଲା। ତାଙ୍କ ନିର୍ଦ୍ଦେଶନାରେ ଅନେକ ଜଗନ୍ନାଥ ଭଜନ ଏବଂ ରୋମାଣ୍ଟିକ୍ ଆଲବମ୍ ଗୀତ ଘରେ ଘରେ ପରିଚିତ ହୋଇପାରିଛି।

Related posts

ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

mahabharatanews

ଜାତୀୟସ୍ତରୀୟ ସେମିନାରରେ ଯୁନାନି ଦିବସ ପାଳନ

mahabharatanews

କରୋନା ସଂକ୍ରମଣରେ ରାଜ୍ୟର ସ୍ଥିତି

mahabharatanews