ଓଡିଶାଦେଶ ବିଦେଶରାଜନୀତି

ଏଆଇସିସି ସଭାପତି ଖଡ଼ଗେଙ୍କୁ ଭେଟିଲେ ଆରୋ ପ୍ରସାଦ

ଅଖିଳ ଭାରତୀୟ କଂଗ୍ରେସ କମିଟିର ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଶ୍ରୀ ଆରୋ ପ୍ରସାଦ ମିଶ୍ର ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି । ଶ୍ରୀ ମିଶ୍ର ଏଆଇସିସି ସଭାପତି ଶ୍ରୀ କାଡ଼ଗେଙ୍କ ବାସଭବନ୧୦,ରାଜାଜୀ ମାର୍ଗରେ ସାକ୍ଷାତ କରି ପ୍ରାୟ ୩୦ମିନିଟ୍ ରୁ ଉର୍ଦ୍ଧ ସମୟ ଧରି ଆଲୋଚନା କରିଥିଲେ । ଏହି ଆଲୋଚନା ମୁଖ୍ୟତ ସଂଗଠନ ଓ ଦଳର ରଣ କୌଶଳ ଉପରେ ହୋଇଥିବା ସୂଚନା ମିଳିଛି ।ଜାତୀୟ ରିସର୍ଚ୍ଚ ବିଭାଗ ପକ୍ଷରୁ ଅପରାହ୍ନ ୩ଘଟିକା ସମୟରେ ଇନ୍ଦିରା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏହା ପରେ ଆଗାମୀ  କାର୍ଯ୍ୟପନ୍ଥା ଓ ରଣ କୌଶଳ ସମ୍ପର୍କରେ ଏଆଇସିସି ସଭାପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସମୟରେ ଓଡିଶାର ସଂଗଠନ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠିତ ହୋଇ କିଭଳି ମୁଖ୍ୟ ବିରୋଧୀ ଦଳର ଭୂମିକା ନେବା ସହ ଆଗାମୀ ଦିନରେ କ୍ଷମତାକୁ ଫେରିବାର ଆଶା ସଂଚାର ହେବ କଥା ମଧ୍ୟ ଅବଗତ କରାଇଥିଲେ । ଏହି ଆଲୋଚନା ସମୟରେ କଂଗ୍ରେସ ଓଡିଶାକୁ ନେଇ କିଛି ବଡ ଯୋଜନା କରୁଥିବା ଜଣା ପଡିଛି । ମାତ୍ର କେଇ ଦିନ ପୂର୍ବରୁ ଏଆଇସିସି ସାଧାରଣ ସମ୍ପାଦିକା ତଥା ଲୋକସଭା ସଂସଦ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଆଲୋଚନା ଓ ଏବେ ଏଆଇସିସି ସଭାପତିଙ୍କ ସହ ବୈଠକ ପରେ ଓଡ଼ିଶା କଂଗ୍ରେସ ପ୍ରତି ଏଆଇସିସି ର ନଜର ଥିବା ଜଣା ପଡିଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସରକାରକୁ ଫେରିବାକୁ ଯାଉଛି ବୋଲି ଶ୍ରୀ ମିଶ୍ର ସର୍ବୋଚ୍ଚ ନେତୃତ୍ବଙ୍କୁ କହିଥିବା ଜଣାପଡିଛି।

Related posts

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

mahabharatanews

ଇଡିର ସମନକୁ ମୁଁ ଡରେ ନାହିଁ: ଖାଡଗେ

mahabharatanews

ଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ

mahabharatanews