ଅଖିଳ ଭାରତୀୟ କଂଗ୍ରେସ କମିଟିର ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଶ୍ରୀ ଆରୋ ପ୍ରସାଦ ମିଶ୍ର ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି । ଶ୍ରୀ ମିଶ୍ର ଏଆଇସିସି ସଭାପତି ଶ୍ରୀ କାଡ଼ଗେଙ୍କ ବାସଭବନ୧୦,ରାଜାଜୀ ମାର୍ଗରେ ସାକ୍ଷାତ କରି ପ୍ରାୟ ୩୦ମିନିଟ୍ ରୁ ଉର୍ଦ୍ଧ ସମୟ ଧରି ଆଲୋଚନା କରିଥିଲେ । ଏହି ଆଲୋଚନା ମୁଖ୍ୟତ ସଂଗଠନ ଓ ଦଳର ରଣ କୌଶଳ ଉପରେ ହୋଇଥିବା ସୂଚନା ମିଳିଛି ।ଜାତୀୟ ରିସର୍ଚ୍ଚ ବିଭାଗ ପକ୍ଷରୁ ଅପରାହ୍ନ ୩ଘଟିକା ସମୟରେ ଇନ୍ଦିରା ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଥିଲା । ଏହା ପରେ ଆଗାମୀ କାର୍ଯ୍ୟପନ୍ଥା ଓ ରଣ କୌଶଳ ସମ୍ପର୍କରେ ଏଆଇସିସି ସଭାପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ସମୟରେ ଓଡିଶାର ସଂଗଠନ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠିତ ହୋଇ କିଭଳି ମୁଖ୍ୟ ବିରୋଧୀ ଦଳର ଭୂମିକା ନେବା ସହ ଆଗାମୀ ଦିନରେ କ୍ଷମତାକୁ ଫେରିବାର ଆଶା ସଂଚାର ହେବ କଥା ମଧ୍ୟ ଅବଗତ କରାଇଥିଲେ । ଏହି ଆଲୋଚନା ସମୟରେ କଂଗ୍ରେସ ଓଡିଶାକୁ ନେଇ କିଛି ବଡ ଯୋଜନା କରୁଥିବା ଜଣା ପଡିଛି । ମାତ୍ର କେଇ ଦିନ ପୂର୍ବରୁ ଏଆଇସିସି ସାଧାରଣ ସମ୍ପାଦିକା ତଥା ଲୋକସଭା ସଂସଦ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟି ଆଲୋଚନା ଓ ଏବେ ଏଆଇସିସି ସଭାପତିଙ୍କ ସହ ବୈଠକ ପରେ ଓଡ଼ିଶା କଂଗ୍ରେସ ପ୍ରତି ଏଆଇସିସି ର ନଜର ଥିବା ଜଣା ପଡିଛି । ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ସରକାରକୁ ଫେରିବାକୁ ଯାଉଛି ବୋଲି ଶ୍ରୀ ମିଶ୍ର ସର୍ବୋଚ୍ଚ ନେତୃତ୍ବଙ୍କୁ କହିଥିବା ଜଣାପଡିଛି।
previous post
