ଆମେରିକାର ଜର୍ଜିଆ ରାଜ୍ୟରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଜରୁରୀକାଳୀନ ଅବତରଣ ସମୟରେ ଏକ ଛୋଟ ବିମାନର ଜରୁରୀକାଳୀନ ଅବତରଣବେଳେ ଅନେକ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡିଛି । ଏକ ଛୋଟ ବିମାନକୁ ରାସ୍ତାରେ ଅବତରଣ କରିବାକୁ ପଡିଛି । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଇଲଟ୍ ଏକ ବ୍ୟସ୍ତବହୁଳ ଛକରେ ବିମାନର ଜରୁରୀକାଳୀନ ଅବତରଣ କରିଥିଲେ । ଏହି ଦୁର୍ଘଟଣା ଗେନ୍ସଭିଲ୍ ସହରରେ ଘଟିଥିଲା । ଯାହାଫଳରେ ପାଇଲଟ ରାସ୍ତାରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ । ଲି ଗିଲମୋର ମେମୋରିଆଲ୍ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରି କ୍ୟାଣ୍ଟନର ଚେରୋକି କାଉଣ୍ଟି ଆଞ୍ଚଳିକ ବିମାନବନ୍ଦରକୁ ଯାଉଥିଲା । ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ, ପାଇଲଟ୍ ଇଞ୍ଜିନ୍ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଇଞ୍ଜିନ୍ ଶକ୍ତି କମ୍ ଥିବାରୁ ସେ ନିୟନ୍ତ୍ରଣ କରିପାରି ନଥିଲେ । ଯାହା ଫଳରେ ଅନେକ ଯାନବାହାନ ଧକ୍କା ଦେଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବିମାନଟି କାରଗୁଡ଼ିକ ସହ ଧକ୍କା ହେଉଥିବା ସ୍ପଷ୍ଟ ଭାବରେ ଦେଖାଯାଉଛି । ସୌଭାଗ୍ୟବଶତଃ,ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି ।
ଦୁଇ ଆହତ ମଧ୍ୟ ସମ୍ପୂର୍ଣ୍ଣ ବିପଦମୁକ୍ତ ବୋଲି କୁହାଯାଉଛି। ବିମାନଟି ଦ୍ରୁତ ଗତିରେ ରାସ୍ତା ଉପରେ ତଳକୁ ଓହ୍ଲାଉଛି ଏବଂ ତା’ପରେ କାର ସହିତ ଧକ୍କା ହେଉଛି। ଅବତରଣ କରିବା ପରେ, ବିମାନର ଡାହାଣ ପକ୍ଷ ଏକ ଯାନକୁ ଧକ୍କା ଦେଇଥିଲା । ଫଳରେ ବିମାନର ଇନ୍ଧନ ଟାଙ୍କି ଭାଙ୍ଗି ଏକ SUV ର ପଛପଟେ ଧକ୍କା ଦେଇଥିଲା । ସିଙ୍ଗଲ୍-ଇଞ୍ଜିନ୍ ହକର୍ ବିଚ୍କ୍ରାଫ୍ଟ ବିଇ-୩୬ ବିମାନ ଏକ ନିୟମିତ ଉଡ଼ାଣରେ ଲି ଗିଲମୋର୍ ମେମୋରିଆଲ୍ ବିମାନବନ୍ଦରରୁ କାଣ୍ଟନ୍ ଅଭିମୁଖେ ଉଡ଼ାଣ କରୁଥିଲା । ଉଡ଼ାଣ ଆରମ୍ଭ ହେବାର କିଛି ମିନିଟ୍ ପରେ ପାଇଲଟ୍ ହଠାତ୍ ଇଞ୍ଜିନ୍ କାମ କରୁନଥିବା ଅନୁଭବ କରିଥିଲେ । ସେ ବିମାନବନ୍ଦରକୁ ଫେରିବା ଅସମ୍ଭବ ମଧ୍ୟ ଥିଲା। ଇଞ୍ଜିନ୍ର ଶକ୍ତି ହ୍ରାସ ପାଇବା ଯୋଗୁ ପାଇଲଟ୍ ବିମାନବନ୍ଦରରେ ପହଞ୍ଚିପାରି ନଥିଲେ । ତେଣୁ ବିମାନକୁ ଏକ ବ୍ୟସ୍ତବହୁଳ ରାସ୍ତାରେ ଅବତରଣ କରିବା ପାଇଁ ଅତ୍ୟନ୍ତ ସାହସିକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ।
