ଓଡିଶାଦୁର୍ଘଟଣା

ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର

ସାଲେପୁର//ଜ୍ୟୋସ୍ନା ରାଣୀ ସିଂହ: ମର୍ମନ୍ତୁତ ସଡକ ଦୁର୍ଘଟଣା; ଜଣେ ମୃତ , ୩ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କଟିକଟା-ଜଇପୁର ରାସ୍ତା ର ଲୁଣା ନଦୀ ପୋଲ ନିକଟରେ। ମୃତକ ଜଣକ ହେଲେ ସ୍ଥାନୀୟ କମଳପୁର ପଂଚାୟତର ମହେନ୍ଦ୍ର ଜେନା। ମହେନ୍ଦ୍ର ଜେନା ଜମରା ପଂଚାୟତ ର ମଧୁବାବୁ ଆଇନି ସହାୟତା ଅଧିକାରୀ ଥିଲେ।

ସୂଚନାନୁସାରେ , ଭାରସାମ୍ୟ ହରାଇ ଗୋଟିଏ ମହିନ୍ଦ୍ରା କମ୍ପାନୀ ର ଥର୍ ଗାଡ଼ି, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଜେସିବି ରେ ସମ୍ନାସାମ୍ନି ଧକ୍କା ହେବା ଫଳରେ ଥର୍ ଗାଡ଼ି ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ସେ ଗୁରୁତରଙ୍କ ମଧ୍ୟରେ ଗାଡ଼ି ଡ୍ରାଇଭର ସଂଜୟ ଜେନା, ଜମରା ପଂଚାୟତ ସରପଞ୍ଚଙ୍କ ସ୍ୱାମୀ ଆଶୁତୋଷ ତ୍ରିପାଠୀ ଥିବା ସୂଚନା ମିଳିଛି।

Related posts

 ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ

mahabharatanews

ଗୋରୁ ବୋଝେଇ ପିକଅପ ଜବତ ଦୁଇ ଅଭିଯୁକ୍ତ ଗିରଫ…

mahabharatanews

ପୁଣି ତିନୋଟି ବସରେ ଘର ବାହୁଡା ହେଲେ ଦାଦନ ଶ୍ରମିକ

mahabharatanews