ଓଡିଶା

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ : ପୂର୍ତ୍ତ ମନ୍ତ୍ରୀ

ରାଜ୍ୟର ସମସ୍ତ ରାଜପଥ ହେବ ୪ ଲେନ ବିଶିଷ୍ଟ । କଟକ-ସମ୍ବଲପୁର ଜାତୀୟ ରାଜପଥ-୫୫ କୁ ୬ ଲେନ୍‌ କରିବା ନେଇ ସର୍ଭେ ହେବ । ବିଭାଗୀୟ ଯନ୍ତ୍ରୀମାନେ ସର୍ଭେ ଆରମ୍ଭ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରସ୍ତାବିତ ସବୁ ନିର୍ମାଣ ପ୍ରକଳ୍ପର ନିର୍ମାଣ-ପୂର୍ବ କାର୍ଯ୍ୟକଳାପ ଏବଂ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକରେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ, ବାମ ସମାନ୍ତରାଳ ରାସ୍ତା, ପଥରଗାଡ଼ିଆ-ଦାରୁଠେଙ୍ଗ ରାସ୍ତା, ପ୍ରସ୍ତାବିତ କେଳୁଚରଣ ପାର୍କରୁ ଫୁଲନଖରା ରାସ୍ତା, ପଳାସୁଣି ଠାରୁ ଗ୍ୟାରେଜ୍‌ ଛକ, ଆଚାର୍ଯ୍ୟ ବିହାର-କଳିଙ୍ଗ ହସ୍ପିଟାଲ୍‌ ରାସ୍ତା, କାଇମାଟିଆ ଛକରୁ ଗୋଠପାଟଣା, ଗୋହିରିଆରୁ ଛତାବର ଭାୟା-ମଦନପୁର, ଏମ୍‌ସ ରାସ୍ତା ଆଦିର ନିର୍ମାଣ, ପ୍ରଶସ୍ତୀକରଣ ଏବଂ ଆବଶ୍ୟକ ସ୍ଥଳେ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ଏହାସହ କୋଣାର୍କ-ପୁରୀ-ସାତପଡ଼ା ରାସ୍ତାର ପ୍ରଶସ୍ତୀକରଣ, ପିପିଲି-କୋଣାର୍କ ରାସ୍ତାର ନୂଆ ଆଲାଇନ୍‌ମେଣ୍ଟ, କଟକ-କନ୍ଦରପୁର ଏବଂ କନ୍ଦରପୁର-ବାଲିକୁଦା, ଜୟପୁର ବାଇପାସ୍‌ ଓ ବଲାଙ୍ଗିର ବାଇପାସ୍‌ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା ।

ସେହିପରି କଟକରେ ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ନିର୍ମାଣ ହେବ ଆଉଟର ରିଂରୋଡ଼ । ଏଥିପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଭୁବନେଶ୍ୱର ସହର ପରିବର୍ଦ୍ଧିତ ଯୋଜନା ପରି କଟକରେ ରିଙ୍ଗ୍‌ରୋଡ୍‌ ନିର୍ମାଣ ନେଇ ସରକାର ଯୋଜନା କରିଛନ୍ତି । ମନ୍ତ୍ରୀ କହିଛନ୍ତି  କେବଳ ବଡ଼ ସହରରେ ବଡ଼ ପ୍ରକଳ୍ପ ଦ୍ବାରା ରାଜ୍ୟର ବିକାଶ ହୋଇପାରିବ ନାହିଁ । ଏଥିପାଇଁ ପ୍ରତି ସହରକୁ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢୀକରଣ କରିବାକୁ ପଡିବ । ଏହି ଆଧାରରେ ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ଚାରି ଥାକିଆ କରାଯିବ । ଭୁବନେଶ୍ୱର ସହରର ପରିବର୍ଦ୍ଧିତ ଯୋଜନା ପରି କଟକ ସହର ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ କରିବା ନେଇ ଯୋଜନା କରାଯିବ।

Related posts

୫ମ ଥର ପାଇଁ ମାଧବାନନ୍ଦ ପୃଷ୍ଟି ପାଟଣା ବ୍ଲକ ସଭାପତି

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର !

mahabharatanews