ଓଡିଶା

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର


ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର କରାଯାଇ ଅଭିଯୁକ୍ତ ଗୋରୁମହିଷାଣୀର ସେକ ଜାକିର ହୁସେନ ଙ୍କୁ ଗିରଫ କରିଛି ରାଇରଙ୍ଗପୁର ବନବିଭାଗ। ନିକଟସ୍ଥ ଜଙ୍ଗଲ ଏଵଂ ଆଖ ପାଖ ଅଞ୍ଚଳରୁ ଏହି ଶାଵକ ମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ସେକ ଜାକିର ହୁସେନ ନିଜ ଘରେ ରଖିଥିଲେ। ଖବର ପାଇ ରାଇରଙ୍ଗପୁର ବନବିଭାଗର କର୍ମଚାରୀମାନେ ଗୋରୁମହିଷାଣୀରେ ଚଢାଉ କରିଥିଲେ। ଚଢାଉ କରାଯାଇ ଶତାଧିକ ଶୁଆ ଶାବକ ଉଦ୍ଧାର କରି ସେକ ଜାକିର ହୁସେନଙ୍କୁ ନିଜ ହେପାଜତକୁ ନେଇଥିଲେ। ଝାଡ଼ଖଣ୍ଡ ଓ ଭୁବନେଶ୍ବରରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏତେ ସଂଖ୍ୟକ ଶୁଆ ଗୁଡ଼ିକୁ ରଖିଥିଲେ ଜାକିର ହୁସେନ। ତେବେ ସମସ୍ତ ଶୁଆ ଶାବକ ମାନଙ୍କୁ ଯଥାଶୀଘ୍ର ନନ୍ଦନକାନନ ପଠେଇ ଦିଆଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।

Related posts

ଆଜିଠୁ ବାରବାଟୀ କାଉଣ୍ଟରରେ ଲିଲେଣ୍ଡ୍ସ ଲିଗ୍ କ୍ରିକେଟ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ

mahabharatanews

ପୁଣି ବିବାଦରେ ପାଉଁଶକୁଳି

mahabharatanews

ଗାଧୋଇବା ବେଳେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ

mahabharatanews