ଓଡିଶା

ଅବକାରୀ ମୋବାଇଲ ସ୍କାର୍ଡ ୟୁନିଟକୁ ବଡ଼ ସଫଳତା

ବାଲେଶ୍ଵର ଜିଲ୍ଲା  ଅବକାରୀ ମୋବାଇଲ ସ୍କାର୍ଡ  ୟୁନିଟ କୁ ବଡ଼ ସଫଳତା। ଏକ କାଳୀନ ୭୫  କେଜି ଗଞ୍ଜେଇ ସହିତ , ନଗଦ ଚାରିଲକ୍ଷ ଟଙ୍କା, ଏକ ରୟାଲ ଏନଫିଲ୍ଡ ମୋଟର ସାଇକେଲ ସହିତ ଏକ ହିରୋ ସ୍ପ୍ଲେଣ୍ଡର ବାଇକ୍ ଜବତ କରିଛି ଅବକାରୀ ବିଭାଗ। ତେବେ ଜବତ ୭୫ କେଜି ଗଞ୍ଜେଇ ର ଆନୁମାନିକ  ବଜାର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ହେବ। ମାମଲାରେ ସିଂଲା ଥାନା ଗମ୍ବାରିଆ ଗ୍ରାମର ସଞ୍ଜିତ ଜେନା ଓ ରୂପସା ଥାନା ଅଞ୍ଚଳରୁ କାହ୍ନୁ ଦାସ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ତେବେ  ବାଲେଶ୍ଵର ଅବକାରୀ ବିଭାଗ ସିଂଲା  ଥାନା ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ସକ୍ଷମ ହେଉଥିବା ବେଳେ, ସିଂଲା  ପୋଲିସ କେମିତି ଟେର ପାଉନି ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ। ଏକ କାଳୀନ ଦୁଇ ଜଣ ବ୍ୟବସାୟୀଙ୍କ ଠାରୁ   ଗଞ୍ଜେଇ ମାଫିଆଙ୍କ ଠାରୁ  ସିଙ୍ଗଲ ବସ୍ତା ଅଞ୍ଚଳ ରୁ 75 କେଜି ଗଂଜେଇ ଜବତ। ଦୁଇଟି ବାଇକ ସହ ଦୁଇ ଜଣ ଯୁବକ ଗିରଫ.

Related posts

ଆଶ୍ରୀତ ପଟ୍ଟନାୟକଙ୍କ ପ୍ରଚାର ବେଳେ ହିଂସାକାଣ୍ଡ

mahabharatanews

ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

mahabharatanews

ମା ମର୍କାମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡ଼ସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews