ଓଡିଶାଦୁର୍ଘଟଣା

ସମୁଦ୍ରରେ ଗାଧୋଉଥିବା ସମୟରେ ଛାତ୍ର ନିଖୋଜ

ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ ଜଣେ ଛାତ୍ର । ଭୁବନେଶ୍ୱର ITER କଲେଜର ବି-ଟେକ୍ ର ଛାତ୍ର ଅନିମେଷ ଶାହା। ତେବେ ଗତକାଲି ସକାଳେ ତିନିଜଣ ସାଙ୍ଗଙ୍କ ସହ ପୁରୀ ଆସିଥିଲା ଅନିମେଷ। ଦିନ ପ୍ରାୟ ୧୨ଟା ସମୟରେ ସ୍ୱର୍ଗଦ୍ୱାର ନିକଟ ସମୁଦ୍ରରେ ସାଙ୍ଗ ମାନଙ୍କ ସହ ଗାଧୋଉଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିଲା। ୱେଭରେ ପଡ଼ିଯାଇଥିଲା ଅନିମେଷ। ଗତକାଲି ଠାରୁ ସମୁଦ୍ରରେ ନିଖୋଜ ହୋଇଯାଇଛନ୍ତି। ସମୁଦ୍ର କୂଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ସମୁଦ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲେ ଏପର୍ଯ୍ୟନ୍ତ ଅନିମେଷଙ୍କର ପତ୍ତା ମିଳିନଥିବା ଜଣାପଡ଼ିଛି।

Related posts

ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

mahabharatanews

ମହାରାଷ୍ଟ୍ରରେ ସ୍କୋର୍ପିଓ ଏବଂ ବସ୍ ମଧ୍ୟରେ ଭୟଙ୍କର ଧକ୍କା

mahabharatanews

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

mahabharatanews