ଓଡିଶାପାଣିପାଗ

୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି

କଲବଲ କରିବ କାଳବୈଶାଖୀ । ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜିଠୁ ପାଗର ମିଜାଜ ବଦଳିବା ନେଇ ସୂଚନା ରହିଛି । ରାଜ୍ୟରେ କାଳବୈଶାଖୀ ପ୍ରଭାବ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ ସହ ବିଜୁଳି, ଘଡ଼ଘଡ଼ି ଏବଂ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ତାତି ବଢ଼ିପାରେ । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ଅଛି ।  ସୋମବାର ଦିନ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ୍, ବରଗଡ଼ରେ ୩୪.୬, ଟିଟିଲାଗଡ଼ରେ ୩୪ଡିଗ୍ରୀ, ବଲାଙ୍ଗୀରରେ ୩୩.୮, ନୟାଗଡ, ଭବାନୀପାଟଣା, ଜଗତ୍ସିଂହପୁର ଓ ଖୋର୍ଦ୍ଧାରେ ୩୩.୫, ସୋନପୁରରେ ୩୩.୨ ଡିଗ୍ରୀ ରେକର୍ଡ ହୋଇଛି ।

Related posts

ଗ୍ରାହକଙ୍କୁ ଠକିବା ପଡିଲା ମହଙ୍ଗା

mahabharatanews

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ପୁରୀରେ ପୋଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ, କେମିତି ହେବ ଟ୍ରାଫିକ୍ ଓ ସୁରକ୍ଷା ବ୍ୟବସ୍ଥା?

mahabharatanews