ଓଡିଶା

ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଧିକାରୀ ସୁଧାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଢେଙ୍କାନାଳ ଜିଲ୍ଲା ରକ୍ତଭଣ୍ଡାର ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା ପ୍ରଦୀପପ୍ରଜ୍ବଳନ କରି ଉଦଘାଟନ କରିଥିଲେ।

ଆଜିର ଏହି ରକ୍ତଦାନ ଶିବିରରେ ୧୦୧ୟୁନିଟ ରକ୍ତ ସଂଗ୍ରହ ହୋଇଥିବାବେଳେ ସ୍ଥାନୀୟ ଜନସାଧାରଣ, ପୋଲିସ କର୍ମଚାରୀ ,ମେଡିକାଲ କର୍ମଚାରୀ ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀମାନେ ରକ୍ତଦାନ କରିଥିଲେ। ସେହିପରି ଢେଙ୍କାନାଳ ଡ୍ରଗ ଇନିସ୍ପେକ୍ଟର ହିନ୍ଦୋଳ ବ୍ଲକ ଉପଶିକ୍ଷାଧିକାରୀ ପ୍ରମୁଖ ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଥାନାଅଧିକାରିଣୀ, ଏନଏସି ଅଧ୍ୟକ୍ଷ, ସାମ୍ବାଦିକ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିବାବେଳେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନର ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

Related posts

ଜିଲ୍ଲା ବ୍ଲକରେ ଅଭିଯୋଗ ଶୁଣିବେ ମନ୍ତ୍ରୀ: ପ୍ରଭାତୀ ପରିଡା

mahabharatanews

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ

mahabharatanews

ଡେଙ୍ଗୁ ସଚେତନତା ପାଇଁ ଅଣ୍ଟା ଭିଡିଛି ବିଏମସି

mahabharatanews