Uncategorized

ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢିଲା ସାବୁନ ରେଟ୍ ।

ଗ୍ୟାସ୍ – ପେଟ୍ରୋଲ ପରେ ଏବେ ଗାଧୁଆ ଘର ଉପରେ ପଡିଛି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ । କାରଣ ବଢିଲାଣି ସାବୁନ ନିର୍ମିତ କଞ୍ଚାମାଲର ଦର । କଞ୍ଚାମାଲ ଦର ବଢ଼ିଯିବାରୁ ଦେଶର ଅଗ୍ରଣୀ ଏଫ୍‌ଏମ୍‌ସିଜି କମ୍ପାନି ହିନ୍ଦୁସ୍ତାନ ୟୁନିଲିଭର ଏହାର ସାବୁନଗୁଡ଼ିକର ଦାମ୍ ବୃଦ୍ଧି କରିଛି। ଖାସକରି କମ୍ପାନିର ଲୋକପ୍ରିୟ ସାବୁନ ଯଥା ଡୋଭ୍‌,ପିୟର୍ସ, ସର୍ଫ ଓ ରେଡ୍ ଲାବେଲ୍ ମହଙ୍ଗା ହୋଇଛି। ଏହି ଉତ୍ପାଦଗୁଡ଼ିକ ଦାମ୍‌ରେ ୧ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଏନେଇ ଏଚ୍‌ୟୁଏଲ୍‌ର ପ୍ରବକ୍ତା କହିଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ, ପାମ୍ ଅଏଲ୍ ଓ ପ୍ଲାଷ୍ଟିକ୍ ମୂଲ୍ୟରେ ଅସ୍ଥିରତା ଦେଖାଦେଇଥିବାରୁ ଆମେ ଆମର କିଛି ଉତ୍ପାଦର ଦାମ୍ ବଢ଼ାଇଛୁ। ତେବେ ଗ୍ରାହକମାନଙ୍କ ପାଇଁ ଏହି ସାମଗ୍ରୀଗୁଡ଼ିକ ଯେଭଳି ସୁଲଭ ରହିପାରିବ ସେଥିପାଇଁ ଆମେ ବିଶେଷ ଧ୍ୟାନ ଦେଇଛୁ ବୋଲି ସେ କହିଛନ୍ତି। ଗତ ଫେବ୍ରୁଆରି ୨୮ରୁ ଇରାନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାରରୁ ଅଧିକ ରହିଛି। ତାହାର ପ୍ରଭାବରେ ବିଭିନ୍ନ କଞ୍ଚାମାଲ ଓ ପରିବହନ ଖର୍ଚ୍ଚ ବଢ଼ିଛି।

Swiggy: India consumer firms gear up to cash in on a sizzling summer,  ETRetail

ତେବେ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକ ନିଜ ଉତ୍ପାଦ ତିଆରି କରିବା ଲାଗି ଅଶୋଧିତ ତୈଳର ଉପ ସାମଗ୍ରୀ ଯଥା ପଲିପ୍ରୋପଲିନ ଓ ଆଲକାଇଲ ବେଞ୍ଜେନି ଆଦିକୁ ବ୍ୟବହାର କରୁଛନ୍ତି। ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବାରୁ ଗ୍ରାମାଞ୍ଚଳରେ ଏଫ୍‌ଏମ୍‌ସିଜି ଜିନିଷର ଚାହିଦା ହ୍ରାସ ପାଇବ ଏହାସହ କମ୍ପାନିଗୁଡ଼ିକର ମୋଟ୍ ଆୟରେ ଗ୍ରାମୀଣ ବଜାରର ଭାଗ ଅଧିକ ରହିଥାଏ।

Investors warn big consumer firms over price hikes as competitors gain |  Reuters

ସେଥିପାଇଁ ଉଚ୍ଚା ମୁଦ୍ରାସ୍ଫୀତି ହାର ପାଇଁ ସହରାଞ୍ଚଳବାସୀ ଖର୍ଚ୍ଚ କମ କରିଥିବାରୁ କମ୍ପାନିଗୁଡ଼ିକର ଆୟ ପ୍ରଭାବିତ ହୋଇଛି। ଏବଂ ଏହାର ପ୍ରଭାବ ସିଧା ସିଧା ଗାଧୁଆ ଘର ଉପରେ ପଡିଛି ।

Related posts

ସୁସ୍ଥ ଲୋକ ପାଇଁ ମାସ୍କର ଆବଶ୍ୟକତା ନାହିଁ: ଏମ୍ସ

mahabharatanews

ସମଗ୍ର ବିଶ୍ୱକୁ ‘ନମସ୍କାର’ କରିବାର ସନ୍ଦେଶ ଦେଲେ ପ୍ରିୟଙ୍କା

mahabharatanews

ଲଦାଖ ସୀମାରେ ଉତ୍ତେଜନା: ଉଭୟ ସେନା ମୁହଁମୁହିଁ ଛିଠାହୋଇଛନ୍ତି

mahabharatanews