bharatଓଡିଶାବିଦ୍ୟାଭାରତଶିକ୍ଷା

ସିବିଆଇ ହାତରେ ଧରାପଡିଲା ନିଟ୍‌-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟରମାଇଣ୍ଡ ।

ସିବିଆଇ ହାତରେ ଧରା ପଡିଲା ନିଟ୍‌–ୟୁଜି ୨୦୨୬ ପେପର ଲିକ୍ର ମାଷ୍ଟରମାଇଣ୍ଡ୍ । ପୁଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହେଲା ସିବିଆଇ । ତେବେ ଗିରଫ ହୋଇଥିବା ଏହ୍‌ି ଅଭିଯୁକ୍ତ ଜଣକ ପିଭି କୁଲକର୍ଣ୍ଣି ଜଣେ ରାସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ହୋଇଥିବା ବେଳେ ସେ ଏନ୍‌ଟିଏର ସଦସ୍ୟ ମଧ୍ୟ । ଯାହାକୁ ତଦନ୍ତ ବେଳେ ଖୁଲାସା କରିଛି ସିବିଆଇ । ସିବିଆଇର ତଥ୍ୟ ଅନୁଯାୟୀ ମୁଖ୍ୟ ଅଭିଯୁକ୍ତ ପିଭି କୁଲକର୍ଣ୍ଣି, ଯିଏ କି ମହରାଷ୍ଟ୍ରର ଲାତୁର ବାସିନ୍ଦା। ସେ ପୁଣେର ଏକ କଲେଜରେ ରସାୟନ ବିଜ୍ଞାନ ବିଭାଗରେ ଅଧ୍ୟାପକ ଅଛି। କୁଲକର୍ଣ୍ଣିକୁ ଏନ୍‌ଟିଏ ତରଫରୁ ପରୀକ୍ଷା ପ୍ରକ୍ରିୟାରେ ସାମିଲ କରାଯାଇଥିଲା, ଯେଉଁ କାରଣରୁ ତା’ର ସିଧାସଳଖ ପ୍ରଶ୍ନପତ୍ର ପର୍ଯ୍ୟନ୍ତ ସଂପର୍କ ରହିଥିଲା।

NEET-UG Paper Leak: CBI arrests chemistry professor PV Kulkarni, calls him  kingpin in the case - India Today

କୁଲକର୍ଣ୍ଣି ଲାତୁରସ୍ଥିତ ଦୟାନନ୍ଦ କଲେରେ ରସାୟନ ବିଜ୍ଞାନ ବିଭାଗରେ ପ୍ରଫେସର ଥିଲା। ସେ ସେଠାରୁ ଅବସର ନେଇସାରିଛି। ଅଭିଯୁକ୍ତ ମନୀଷ ବାଘମାରେକୁ ପଚରାଉଚୁରା ବେଳେ ସିବିଆଇ କୁଲକର୍ଣ୍ଣିଂ ନିକଟରେ ପହଞ୍ଚି ପାରିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚୁରା ପରେ ତାକୁ ସିବିଆଇ ଗିରଫ କରିଛି।

NEET Paper Leak Case: नीट यूजी पेपर लीक मामले का नासिक कनेक्शन आया सामने,  हिरासत में एक संदिग्ध | NEET Paper Leak Case Nashik Connection Surfaces One  Suspect Detained
ତଦନ୍ତ ସଂସ୍ଥା ଅନୁସାରେ ଏପ୍ରିଲ ୨୦୨୬ର ଶେଷ ସପ୍ତାହରେ କୁଲକର୍ଣ୍ଣି ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କ ସହାୟତାରେ ଛାତ୍ରମାନଙ୍କୁ ଏକାଠି କରିଥିଲା। ପୁଣେସ୍ଥିନ ନିଜ ଘରେ ସ୍ବତନ୍ତ୍ର କୋଚିଂ ପରିଚାଳନା କରିଥିଲା। ମନୀଷା ବାଘମାରେକୁ ପୁଲିସ ପୂର୍ବରୁ ଗିରଫ କରିସାରିଛି। ସୂଚନାଯୋଗ୍ୟ, ନିଟ୍ ୟୁଜି ପରୀକ୍ଷା ଗତ ୩ ତାରିଖ ଦିନ ଦେଶବ୍ୟାପୀ ୪୦୦୦ରୁ ଅଧିକ କେନ୍ଦ୍ରରେ ଆୟୋଜନ ହୋଇଥିଲା।

Related posts

ରଶି ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା

mahabharatanews

ସୋମବାର ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

ହାତୀ ଉପଦ୍ରବ ପାଇଁ ପିଲା ଯାଉ ନାହାନ୍ତି ସ୍କୁଲ

mahabharatanews