ଓଡିଶାଦୁର୍ଘଟଣା

ଟ୍ରେନ୍ ଲାଇନ୍ରେ କଟି ଯୁବକ ମୃତ, ପ୍ରତିଶ୍ରୁତି ଦେଲେ ବିଧାୟକ

ଟ୍ରେନ୍ ଲାଇନ୍‌ରେ କଟି ଯୁବକ ମୃତ । ତାଳଚେର ହାଟତୋଟା ପଟୁ ରେମୂଆଁ ଆଡ଼କୁ ଯାଇଥିବା ଏନଟିପିସି ରେଳ ଧାରଣା କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବାରୁ ଅଞ୍ଚଳରେ ଚଞ୍ଚଳ୍ୟ ସୃଷ୍ଟି ହୋଇଛି। ଟ୍ରେନ୍ ଲାଇନ୍‌ରେ କଟି ଯୁବକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।ମୃତକ ହେଲେ କାମାକ୍ଷାନଗର ବାଲିସାହି ଅଞ୍ଚଳର କନିଷ୍କ ପାଣିଗ୍ରାହୀ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ଲୋକମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ଘଟଣା ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ। ସେ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Related posts

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ

mahabharatanews

ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଯଦୁପୁରରେ

mahabharatanews

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews