ଓଡିଶା

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା…

ତେଇଶିପୁର ପଞ୍ଚାୟତରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି କାର୍ୟକ୍ରମରେ ସଫଳ ଛାତ୍ରମାନଙ୍କୁ ଉତ୍ସାହିତ କରାଯାଇଥିଲା। ପିପିଲି ତେଇଶିପୁର ପଞ୍ଚାୟତରେ ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷାରେ ଭଲ ଫଳାଫଳ କରିଥିବା ଛାତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁଙ୍କ ନେତୃତ୍ଵରେ ପଞ୍ଚାୟତ ପକ୍ଷରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା। ମାଟ୍ରିକ ପରୀକ୍ଷାରେ ସଫଳ ଆଶୁତୋଷ ସାହୁଙ୍କ ସହ ଯୁକ୍ତ ଦୁଇ ବିଜ୍ଞାନରେ କୃତିତ୍ୱ ଅର୍ଜନ କରିଥିବା କୁଲଦୀପ ବରାଳ ଓ ଉଦୟଭାନ ପରିଡ଼ାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୋକନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଧରଣୀଧର ସାହୁ ଛାତ୍ରମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଆହୁରି ଭଲ କରିବାକୁ ପ୍ରେରଣା ଦେଇଥିଲେ।

Related posts

ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ

mahabharatanews

ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ

mahabharatanews

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews