ଓଡିଶା

ସାମନ୍ତ ସିଂହାର କେଳୁଚରଣ ହାଇସ୍କୁଲରେ ଗୁରୁପୂଜନ ଉତ୍ସବ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପତ୍ରପୁର ଠାରେ ଥିବା ସାମନ୍ତ ସିଂହାର କେଳୁଚରଣ ହାଇସ୍କୁଲ ପରିସରରେ ୧୯୯୪ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଗୁରୁପୂଜନ ଓ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟର ପୁରାତନ ଓ ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥିଲେ ।  ପରିବେଶ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ି ଚାଲିଥିବାରୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯିବା ସହ ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ସମାଧି ଉନ୍ମୋଚନ କରା ଯାଇଥିଲା। ବିଦ୍ୟାଳୟ ପରିତ୍ୟାଗ କରିବାର ଦୀର୍ଘ ୩୨ ବର୍ଷ ପରେ ଛାତ୍ରଛାତ୍ରୀ ମାନେ ନିଜର ବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇ ପାରୁଥିବାରୁ  ପରସ୍ପର ମଧ୍ୟରେ ସ୍ମୃତି ବାଣ୍ଟିବା ସହ ପୂର୍ବତନ ଶିକ୍ଷକ ମାନେ ଖୁସି ବ୍ୟକ୍ତ କରିଥିଲେ ।

Related posts

ଭୁବନେଶ୍ୱର:  ୯୩ କ୍ୱାରେଣ୍ଟାଇନରୁ ୩୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

ଜୟପାଟଣା ଥାନା ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ବିଷାକ୍ତ ମଦ ପିଇ ୫ ଗୁରୁତର

mahabharatanews