ଓଡିଶା

୧୩ ବର୍ଷର କାର୍ଯକାଳ ପରେ ହଠାତ ଦେଲେ ଇସ୍ତଫା

ଚାକିରୀରୁ ଇସ୍ତଫା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ୨୦୧୩ ବ୍ୟାଚର ଆଇପିଏସ୍ ଅଫିସର ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ନିଜର ଇସ୍ତଫାପତ୍ର ସରକାରଙ୍କୁ ପଠାଇଛନ୍ତି । ୨୫ ଦିନ ତଳେ ସେ ଏହି ଇସ୍ତଫା ପତ୍ର ଦାଖଲ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଏହା ଗ୍ରହଣ କରାଯାଇନାହିଁ । ଜଗମୋହନ ମୀନାଙ୍କ ୧୩ ବର୍ଷର କାର୍ଯ କାଳ ପରେ ଏଭଳି ଇସ୍ତଫା ପତ୍ର କୁ ନେଇ ଏବେ ଚର୍ଚ୍ଚା ବଢିଛି । ଇସ୍ତଫା ପରେ ଘରୋଇ ସଂସ୍ଥାରେ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Image

ଗତ ୨୮ଫେବୃଆରୀ ୨୦୨୫ରେ ସେ ଭୁବନେଶ୍ୱରର ଡିସିପି ଭାବେ ଯୋଗଦେଇଥିଲେ । ପୂର୍ବରୁ ଅନୁଗୁଳ, ଗଞ୍ଜାମ ଏସ୍‌ପି ଏବଂ କଟକ ୟୁପିଡି ଡିସିପି ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୧୨ରେ ଆଇପିଏସ ପାଇଥିଲେ । ୨୦୧୩ରେ ସେ କଳାହାଣ୍ଡି ଜିଲ୍ଲାରେ SDPO ଭାବେ କାମ ଆରମ୍ଭ କରିଥିଲେ । ତେବେ ଇସ୍ତଫା ପତ୍ର ଏବେ ଗ୍ରହଣ ହୋଇନଥିବା ବେଳେ ଇସ୍ତଫା ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଛନ୍ତି, ତାଙ୍କ ଉପରେ କୌଣସି ଚାପ ନଥିଲା । ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ଓଡିଶାର ଲୋକେ ବହୁତ ଭଲ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ମୋ ଉପରେ ରହୁ ।

Heartiest congratulations to Shri Jagmohan Meena, IPS, SP, Ganjam on being  selected for the award of Governor's Medal 2023 on the occasion of  #RepublicDay2024.

Related posts

ଗୃହରେ ଅତିରିକ୍ତ ବଜେଟ ଆସିବାକୁ ଥିବା ବେଳେ ଖୋଦ୍ ଅର୍ଥମନ୍ତ୍ରୀ ନରହିବା ଏହା ଗୃହ ପାଇଁ ଅସମ୍ମାନ – ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି

mahabharatanews

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews