ଓଡିଶା

ଜଗତସିଂହପୁରରେ ସୋମବାର ସମସ୍ତ ସ୍କୁଲ ବନ୍ଦ

ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲଘୁଚାପ ବର୍ଷା ପାଇଁ ଜଗତସିଂହପୁର ଜିଲ୍ଲାର ସମସ୍ତ ସ୍କୁଲ  ଓ ଅଙ୍ଗନବାଡି ୨୭ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି। IMDର ଜଗତ ସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

୨୭ ଜୁଲାଇ ୨୦୨୬ ସୋମବାର ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ, OAV ଓ KV ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।  ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି।

Related posts

ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ହେଲେ ଅସିତ ତ୍ରିପାଠୀ

mahabharatanews

ଚାନ୍ଦବାଲିରେ ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍‌ର ବାର୍ଷିକ ଅନୁଷ୍ଠିତ

mahabharatanews

ବରମୁଣ୍ଡାରେ ୫ଟି ସଚିବ,ଜୁଲାଇ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ 

mahabharatanews