ଓଡିଶା

ତାଳଚେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚାପାରେ ସ୍କୁଟି ଚାଳକଙ୍କ ମୃତ୍ୟୁ

ତାଳଚେରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍ ଚାପାରେ ସ୍କୁଟି ଚାଳକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇ ଚାପି ଦେବାରୁ ଘଟଣାସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ପ୍ରାଣହାନି ହୋଇଥିଲା।

ମୃତକ ହେଲେ ସୋନପୁର ଜିଲ୍ଲାର ୬୫ ବର୍ଷୀୟ ଚରଣ ସାହୁ। ସେ ତାଳଚେରର ରେମୁଆଁ ଅଞ୍ଚଳରେ ରହି ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଆଜି ସେ ତାଳବେଡ଼ାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ତାଙ୍କୁ ଧକ୍କା ଦେଇ ଚାପି ଦେଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମଣ୍ଡାପାଳ ସରକାରୀ ଚିକିତ୍ସାଳୟକୁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।

Related posts

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

mahabharatanews

ଅଗ୍ନିକାଣ୍ଡରେ ୪ ଦୋକାନ ଭସ୍ମୀଭୂତ

mahabharatanews

ନକଲି ଯବାନ ଅଟକ

mahabharatanews