ଦେଶ ବିଦେଶ

ହଜିଗଲା ଜୋତା, AI ଖୋଜିଦେଲା ଜୋତା..

ମହାକାଳ ମନ୍ଦିରରେ ଯୁବକଙ୍କର ହଜିଗଲା  ଜୋତା। ବିଚଳିତ ନ ହୋଇ AIର ବ୍ୟବହାର କଲେ ଯୁବକ। AI ଆଣିଦେଲା ଖୋଜି।  AI ବ୍ୟବହାରକୁ ନେଇ ସମସ୍ତେ ତାଜୁବ୍। ଗୋଆର ଜଣେ ବାସିନ୍ଦା ଉଜ୍ଜୟିନୀର ମହାକାଳ ମନ୍ଦିର ଯାଇଥିବା ବେଳେ ତାଙ୍କ ଜୋତା ହଜିଯାଇଥିଲା। ମନ୍ଦିର ବାହାରେ ଶହ ଶହ ଜୋତା ଓ ଚପଲ ମଧ୍ୟରେ ନିଜ ଜୋତା ଖୋଜିବା କଷ୍ଟକର ବି ଥିଲା।

ଜୋତା ନମିଳିବାରୁ ସେ ପ୍ରଥମେ ଜୋତା ରାକ୍ ର ଅନେକ ଫଟୋ ଓ ଭିଡିଓ ରେକର୍ଡ କରିଥିଲେ। ପରେ ତାଙ୍କ ଜୋତା କିପରି ଦେଖାଯାଏ। ତାହାର ଏକ ଅଲଗା ଫଟୋ AI କୁ ଦେଇଥିଲେ। ଆଉ ଦୁଇଟି ଯାକ ଜୋତା ଚିହ୍ନଟ କରିବାକୁ କହିଥିଲେ। ଶେଷରେ AI ରାକ୍ର ଡାହାଣ ପାର୍ଶ୍ବ ଆଡ଼କୁ ଜୋତା ଯୋଡ଼ା ଉପରେ ଇଙ୍ଗିତ କରିଥିଲା। ଯାହାଫଳରେ ଶୁଭାଙ୍ଗ ସେହି ସ୍ଥାନକୁ ଯାଇ ଯାଞ୍ଚ କରିବା ପରେ ନିଜ ଜୋତା ପାଇଥିଲେ ଏବଂ ଆଶ୍ଚର୍ୟ୍ୟ ହୋଇଥିଲେ। ଇନଷ୍ଟାଗ୍ରାମ ୟୁଜର୍ସ ଶୁଭାଙ୍ଗ ବୋରକର ଏହି ଘଟଣାର ଭିଡିଓ ସେୟାର କରିଛନ୍ତି। ଶୁଭାଙ୍ଗଙ୍କ ଏହି ଭିଡିଓକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି।

Related posts

ଘରେ ଚୋରିକଲା ୫୦ ଲକ୍ଷ, ଗର୍ଲଫ୍ରେଣ୍ଡ ପାଇଁ କିଣିଲା ଆଇଫୋନ୍…

mahabharatanews

ଗୁରମିତ ରାମ ରହିମଙ୍କୁ ଦୋଷମୁକ୍ତ କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ

mahabharatanews

ଉତ୍ତେଜନାକୁ ସମାପ୍ତ କରିବାକୁ ଇରାନ୍ ରଖିଛି ୭ଟି ସର୍ତ୍ତ

mahabharatanews