ଦେଶ ବିଦେଶ

୮ ଘଣ୍ଟାର ଅପରେସନ: ହତ୍ୟାକାରୀକୁ ଏନକାଉଣ୍ଟର

ଉତ୍ତର ପ୍ରଦେଶ ଆଜମଗଡ଼ରେ ଅରବିନ୍ଦ ସିଂହ ନାମକ ବ୍ୟକ୍ତିକୁ ଏନ୍ କାଉଣ୍ଟର କରିଛି ପୋଲିସ। ପତ୍ନୀ,ପୁଅ ଓ ଦୁଇ ପୂଜକଙ୍କୁ ହତ୍ୟା କରିଥିବା ନରହନ୍ତାକୁ ଗୁଳି କରିଛି। ସ୍ତ୍ରୀ ଏବଂ ଦୁଇ ଜଣ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିବା ଏବଂ ନିଜ ପିଲାଙ୍କୁ ବନ୍ଧକ ରଖିଥିଲା। ୩ ପିଲାମାନଙ୍କୁ ଏକ କୋଠରୀକୁ ନେଇ ଗେଟ୍ ପକାଇଦେଇଥିଲା। ଏହି ଖବର ମିଳିବା ପରେ ତୁରନ୍ତ ଆକ୍ସନକୁ ଆସିଥିଲା ୟୁପି ପୋଲିସ।ପୋଲିସ ଅଭିଯୁକ୍ତକୁ କୋଠରୀରୁ ବାହାର କରିବାକୁ ଚେଷ୍ଟା କରିଥିଲା। ହେଲେ ସେ ବାହାରକୁ ଆସିନଥିଲା। ୮ ଘଣ୍ଟା ନିରନ୍ତର ଆଲୋଚନା ଏବଂ ପ୍ରୟାସ ପରେ ପୋଲିସ ବାହାରେ ଜଗି ରହିଥିଲା। ସେତେବେଳେ ଭିତରୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ତୁରନ୍ତ ପୋଲିସ ଦ୍ବାର ଭାଙ୍ଗି ଭିତରକୁ ପଶିଥିଲା।

ଅଭିଯୁକ୍ତର ଗୁଳିରେ ପୁଅ ଗୁରୁତର ହୋଇପଡିଥିଲା। ଏହାପରେ ପୋଲିସ ଉପରକୁ ୪ରୁ ୫ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ। ଗୁଳିର ଜବାବ ଦେଇ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ପତ୍ନୀ ବବିତା ସିଂହ ଦୁଇ ପୂଜକଙ୍କୁ ଘରକୁ ଡାକି ପୂଜାର୍ଚ୍ଚନା କରୁଥିଲେ। ଏହାକୁ ଦେଖି ରାଗିଯାଇଥିଲା ଅରବିନ୍ଦ ସିଂ। ପତ୍ନୀଙ୍କ ସହ ଯୁକ୍ତିତର୍କ ପରେ ବନ୍ଧୁକରୁ ଗୁଳିକରି ହତ୍ୟା କରିଥିଲା। ତା’ପରେ ସେ ଦୁଇ ପୂଜକଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଥିଲା। ୩ ଜଣଙ୍କୁ ହତ୍ୟା କରିବା ପରେ ପିଲାଙ୍କୁ ବନ୍ଧକ ରଖିଥିଲା।

Related posts

କୋର୍ଟରେ ହାଜର ଭେନେଜୁଏଲା ରାଷ୍ଟ୍ରପତି

mahabharatanews

୩୭ ବର୍ଷ ପରେ ପରିବାରକୁ ଫେରିଲା ନିଖୋଜ ପୁଅ

mahabharatanews

ତେଲ ସଙ୍କଟରୁ ବଞ୍ଚିବା ପାଇଁ ଲକଡାଉନ୍ ଫଣ୍ଡା ଆଉପଣାଉଛି ପାକିସ୍ତାନ ।

mahabharatanews