ନର୍ଲା ପୋଲିସ କୁ ମିଳିଛି ଏକ ଡକାୟତି ଗେଙ୍ଗ କୁ ଧରିବାରେ ବଡ ସଫଳତା ପ୍ରତିଦିନ ଭଳି ସୋମବାର ଦିନ ମଧ୍ୟ ବିଳମ୍ବିତ ରାତିରେ ନର୍ଲା ପୋଲିସ ର ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଳସିଙ୍ଗା ନିକଟବର୍ତ୍ତୀ ଏକ ଶୂନଶାନ ଜାଗାରେ 6 ଜଣ ଅସାମାଜିକ ଯୁବକ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ପାଇ ନର୍ଲା ପୋଲିସ ପହଂଚି କାବୁ କରିଥିଲା। ସେମାନଙ୍କ ମଧ୍ୟରୁ 4 ଜଣ ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଦୁଇଜଣ ଫେରାର ମାରିଥିଲେ, ଡକାୟତ ମାନଙ୍କ ପାଖରୁ ବ୍ୟବହୃତ ୩ଟି ବାଇକ, ପିସ୍ତଲ, ଗୋଟିଏ ଖଣ୍ଡା ଜବତ କରି ତାଙ୍କ ନାଁ ରେ କେଶ ୠଜୁକରି ରାମପୁର କୋର୍ଟ କୁ ଚାଲାଣ କରାଯାଇଛି।

ସେମାନଙ୍କ ମଧ୍ୟରୁ ଜଣେ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ଭାନପୁର ଗାଁ ର 19 ବର୍ଷୀୟ ଚନ୍ଦନ ମାଝୀ, ଓ ଅନ୍ୟ ତିନିଜଣ ହେଲେ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଗୋବର୍ଧନ ପୁର ପଂଚାୟତ ଭାଲୁ ଚଚରା ଗାଁ ର 19 ବର୍ଷୀୟ କ୍ଷୀରସିନ୍ଧୁ ମାଝୀ, 25 ବର୍ଷୀୟ ଗର ମାଝୀ ଓ 23 ବର୍ଷୀୟ ବବଲୁ ମାଝୀ ବୋଲି ସୂଚନା ମିଳିଛି। ଫେରାର ମାରିଥିବା ଅନ୍ୟ ଦୁଇଜଣ ଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ନର୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି।

