ଭାରତରାଜନୀତି

ମୋଦୀଙ୍କୁ ହଟାଅ, ଗଣତନ୍ତ୍ର ବଞ୍ଚାଅ: ମଲ୍ଲିକାର୍ଜୁନ ଖଡଗେ

ଦିଲ୍ଲୀର ରାମଲୀଳା ମୈଦାନରେ INDIA ମେଣ୍ଟ ପକ୍ଷରୁ ଆୟୋଜିତ ‘ଭୋଟ୍ ବଚାଓ, ଦେଶ ବଚାଓ’ ମହାରାଲିରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ‘ମୋଦୀ ହଟାଅ, ଗଣତନ୍ତ୍ର ବଞ୍ଚାଅ’ ନାରା ଦେଇ ସେ କହିଛନ୍ତି, ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ବିରୋଧୀଙ୍କ ଲଢ଼େଇ ଜାରି ରହିବ।

ଖଡଗେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ କରିଥିଲେ। ଭୋଟ୍ ଚୋରି ଓ ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ଭଳି ପ୍ରସଙ୍ଗ ଉଠାଇ ଯୁବକ, ମହିଳା ଓ ଦଳିତଙ୍କ ଭୋଟ୍ ଅଧିକାରର ସୁରକ୍ଷା ପାଇଁ ବିରୋଧୀ ଏକଜୁଟ୍ ହୋଇଥିବା କହିଛନ୍ତି।

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ଖଡଗେ କହିଛନ୍ତି, ଜ୍ଞାନେଶ କୁମାର ପଦରୁ ନ ହଟିବା ପର୍ଯ୍ୟନ୍ତ ବିରୋଧୀଙ୍କ ଲଢ଼େଇ ଜାରି ରହିବ। ସେହିପରି ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ବିରୋଧୀ ନେତାଙ୍କୁ ଭୟଭୀତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ଏଭଳି ଚାପରେ ବିରୋଧୀ ଡରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।

ଏହି ରାଲିରେ ମହାରାଷ୍ଟ୍ର, ବିହାର ଓ ଉତ୍ତରପ୍ରଦେଶର ନିର୍ବାଚନୀ ପ୍ରସଙ୍ଗ ଉଠାଇ ଖଡଗେ ସେଠାକାର ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ଏହି ସମାବେଶରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ମମତା ବାନାର୍ଜୀ ଓ ତେଜସ୍ୱୀ ଯାଦବଙ୍କ ସମେତ INDIA ମେଣ୍ଟର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।

Related posts

“ବଡ଼ ଘୋଷଣା, ଆହୁରି ବଡ଼ ପ୍ରଚାର, ଶୂନ୍ୟ ଦାୟିତ୍ୱ,” ସ୍ମାର୍ଟ ସିଟି ଯୋଜନା ଉପରେ ସରକାରଙ୍କୁ ଟାର୍ଗେଟ

mahabharatanews

ଅଲଗା ହେଲେ ହାର୍ଦ୍ଦିକ-ନତାଶା

mahabharatanews

ଦେଶରେ ୫ହଜାର ଟପିଲା କରୋନା ସଂକ୍ରମଣ

mahabharatanews