ଦୁର୍ଘଟଣାଦେଶ ବିଦେଶ

ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା; ୯ମୃତ

ଆମେରିକାର ଫ୍ଲୋରିଡାରେ ଭୟଙ୍କର ବିମାନ ଦୁର୍ଘଟଣା। ଏକ ବିଜନେସ୍ ଜେଟ୍ ବିମାନ କ୍ରାସ୍ ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ବିମାନଟି ରାସ୍ତା ନିକଟରେ ଖସିପଡ଼ିବା ପରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ନିଆଁ ପୁଣ୍ଡୁଳା ଦେଖିବାକୁ ମିଳିଥିଲା। ଲିୟରଜେଟ୍-୬୦ ବିଜନେସ୍ ଜେଟ୍ ବିମାନଟି ଟେକ୍ସାସର ଅଷ୍ଟିନରୁ ବାହାମାସ୍ ଅଭିମୁଖେ ଯାଉଥିଲା।

 

 ଏହି ସମୟରେ ଫ୍ଲୋରିଡାର ଏକ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିଲା। ଦୁର୍ଘଟଣା ପୂର୍ବରୁ ବିମାନର ପାଇଲଟ୍ ବିମାନରେ ବରଫ ଜମିବା ସମ୍ପର୍କରେ ସୂଚନା ଦେଇଥିବା ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି। ଘଟଣା ପରେ ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ ଏବଂ ନ୍ୟାସନାଲ୍ ଟ୍ରାନ୍ସପୋର୍ଟେସନ୍ ସେଫ୍ଟି ବୋର୍ଡ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବିମାନଟି କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Related posts

ସୈତାନ ପାଲଟିଲା ପ୍ରେମିକା, ପ୍ରେମିକର ସ୍ତ୍ରୀ ପିଲାଙ୍କ ନେଲା ଜୀବନ…

mahabharatanews

ଦୁର୍ଘଟଣା ଘଟାଇଥିବା ମଦ୍ୟପ ଡ୍ରାଇଭରକୁ ଧରିଲେ ଲୋକେ

mahabharatanews

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ୫ କୋଟି ଟଙ୍କା ପାଇଥିଲେ ବିରାଟ ?

mahabharatanews