ବିଶେଷଭାରତ

ଜନସାଧାରଣଙ୍କ ସମସ୍ୟା ଶୁଣିବେ ଆରଡିସି, ଜାରି କଲେ ମୋବାଇଲ୍ ନମ୍ବର

ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ବିଜୟ କୁଲାଙ୍ଗେ। ନିକଟରେ ଦକ୍ଷିଣାଞ୍ଚଳ ଆରଡିସି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଜନସାଧାରଣଙ୍କୁ ନିଜର ସମସ୍ୟା ଓ ଅଭିଯୋଗ ଜଣାଇବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ନିଜର ମୋବାଇଲ୍ ନମ୍ବର ମଧ୍ୟ ସାର୍ବଜନୀନ କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ବିଜୟ କୁଲାଙ୍ଗେ କହିଛନ୍ତି ଯେ, ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନ ଅଧୀନରେ ୮ଟି ଜିଲ୍ଲା ରହିଛି। ଏହି ଜିଲ୍ଲାଗୁଡ଼ିକରେ ଅଧାପନ୍ତରିଆ ହୋଇ ପଡ଼ିରହିଥିବା କାର୍ଯ୍ୟ, ଜନସାଧାରଣଙ୍କ ଅଭିଯୋଗ ଏବଂ ସାଧାରଣ ଲୋକେ ସାମ୍ନା କରୁଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ତାଙ୍କୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି।

ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଏଥିସହ ଲୋକେ ନିଜର ଅଭିଯୋଗ, ସମସ୍ୟା ଓ ଆବଶ୍ୟକ ତଥ୍ୟ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଜଣାଇପାରିବେ ବୋଲି କହିଛନ୍ତି।

ଜନସାଧାରଣଙ୍କ ପାଇଁ ଜାରି ହୋଇଥିବା ମୋବାଇଲ୍ ନମ୍ବର ହେଉଛି ୮୧୧୭୮୮୭୯୯୯। ଲୋକଙ୍କ ସହଯୋଗ ଓ ସମର୍ଥନ କାମନା କରିଛନ୍ତି ଆରଡିସି ବିଜୟ କୁଲାଙ୍ଗେ।

Related posts

କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା 

mahabharatanews

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

mahabharatanews

 ବିଜାପୁର ଏନକାଉଣ୍ଟରରେ ୪ ନକ୍ସଲ ନିହତ

mahabharatanews