ଦେଶ ବିଦେଶ

ହଠାତ୍‌ ସଂସଦର ଦିନିକିଆ ଅଧିବେଶନ ଡାକିଲେ ସରକାର

ହଠାତ୍‌ ସଂସଦର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର। ଆସନ୍ତା ୩୦ ତାରିଖ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ସେହିପରି ଡିସେମ୍ବର ୨ରେ ରାଜ୍ୟସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶ ଡକାଯାଇଛି। ଏହି ସ୍ୱତନ୍ତ୍ର ଅଧିବେଶନ ସ୍ଥଗିତ ରହିଥିବା ମୌସୁମୀ ଅଧିବେଶନର ଅଂଶବିଶେଷ ବୋଲି ଜଣାପଡ଼ିଛି।  ଗୁରୁବାର ଏକ୍ସରେ ଗୋଟିଏ ପୋଷ୍ଟ କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସରକାର ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ୩୦ ନଭମ୍ବେରରେ ଲୋକସଭା ଓ ଡିସେମ୍ବର ୨ରେ ରାଜ୍ୟସଭା ଅଧିବେଶନ ବସିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି। ଜରୁରୀ ସରକାରୀ କାର୍ୟ୍ୟପାଇଁ ଏପରି ଅଧିବେଶନ ଡକାଯାଉଛି। ଉଭୟ ସଦନର କାର୍ୟ୍ୟ ଡିସେମ୍ବର ୩ରେ ଶେଷ ହୋଇପାରେ।”ସ୍ୱତନ୍ତ୍ର ଅଧିବେଶନ ଡାକିବାର କାରଣ ଜଣାପଡ଼ି ନଥିଲେ ହେଁ ସରକାର ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ସଂକ୍ରାନ୍ତ ବିଲ ଉଭୟ ଗୃହରେ ଆଣି ପାରନ୍ତି। ହେଲେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇ ନାହିଁ।

Related posts

ୟୁରୋପ, ଆମେରିକାରେ ବଢିଛି, ଭାରତରେ କମିଛି ଦୁର୍ନୀତି

mahabharatanews

ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା ପ୍ରଥମ ମହିଳା ଚାମ୍ପିଅନ୍ ଓଡ଼ିଶାର ଅଞ୍ଜଳି ମୁଣ୍ଡା

mahabharatanews

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

mahabharatanews