ଦୁର୍ଘଟଣା

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଗାଡି ମାଡିଗଲା କାର ୨ଶିଶୁ ସମେତ ମହିଲା ମୃତ୍ୟୁ

ଅନୁଗୋଳ / ସୁଧାକର ସାହୁ: ଅନୁଗୁଳ ଜିଲ୍ଲା ତାଳଚେର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦାଣ୍ଡରେ ଖେଳୁଥିବା ବେଳେ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳାଙ୍କ ଚାଲିଯାଇଛି ଜୀବନ । ସୂଚନା ଅନୁସାରେ ଗୋବରା ଗାଁ ଦାଣ୍ଡରେ କିଛି ଶିଶୁ ଖେଳୁଥିବା ବେଳେ ଏକ କାର ଦ୍ରୁତ ଗତିରେ ଆସିଵା ସହ ଭାରସାମ୍ୟ ହରାଇ ଦୁଇ ଜଣ ଶିଶୁ ଓ ଜଣେ ବୟସ୍କା ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରମିଳା ପ୍ରଧାନ ନାମକ ମହିଳା ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ପୁନମ ପ୍ରଧାନ ଓ ଗୁଗୁଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ଗୋବରା ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଲୋକ ନିଶାଗ୍ରସ୍ତ ଥିବା ଚଳକ ଓ ଅନ୍ୟ ଜଣକୁ ମାଡ଼ ମାରି ଅଟକ ରଖିଥିବା ଜଣା ପଡ଼ିଛି ।

Related posts

ଅଗ୍ନିକାଣ୍ଡରେ ୧୬ ଜଣ ପ୍ରଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ

mahabharatanews

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

mahabharatanews

ବାଇକକୁ ପିଟିଲା ଟ୍ରକ, ବାଇକ ଆରୋହୀ ମୃତ

mahabharatanews