(କଟକ) : ଆଉ ନାହାନ୍ତି ଅଭିନେତା ତଥା କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କଟକ ନନ୍ଦସାହି ସ୍ଥିତ ବାସଭବନପେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇବା ବିବଲବ ସେ କିଡନୀ ରୋଗରେ ପୀଡିତ ଥିଲେ ।
ସୂଚନାନୁଯାୟୀ , ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର କଟକ ନିଜ ବାସଭବନରେ ଦେହାନ୍ତ ହୋଇଛି । ନିୟମିତ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ନିକଟରେ ଅଭୟ ମହାନ୍ତିଙ୍କର ଅପରେସନ ମଧ୍ୟ ହୋଇଥିଲା ଯାହାକୁ ନେଇ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।
